fbpx
BJD SKY
BJD SKY

ଖୋଲିଲା ଧବଳେଶ୍ୱର: ୧୧ରେ ସର୍ବସାଧାରଣ କରିବେ ଦର୍ଶନ

BJD

କଟକ, ୮ା୧ (ଓଡିଶା ଭାସ୍କର): ଆଜିଠାରୁ ଖୋଲିଛି କଟକର ଶୈବପୀଠ ଧବଳେଶ୍ୱର ମନ୍ଦିର । ତେବେ ମନ୍ଦିର ଖୋଲିଥିଲେ ମଧ୍ୟ ସର୍ବସାଧାରଣ ଆସନ୍ତା ୧୧ ତାରିଖରୁ ପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି ।

ତେବେ ୮ ତାରିଖରେ ପୂଜକ ପରିବାର, ୯ ତାରିଖରେ ମଞ୍ଚେଶ୍ୱର, ପାଇକରାପୁର, ଲିଙ୍ଗାପଦା, ବିଦ୍ୟାଧରପୁର ଗ୍ରାମବାସୀ, ୧୦ ତାରିଖରେ ବ୍ରହ୍ମଣବସ୍ତ, ସୋନିଆମୁହଁ ଗ୍ରାମବାସୀ ଦର୍ଶନ କରିବାର ନିୟମ ରହିଛି । ୧୧ ତାରିଖରୁ ସର୍ବସାଧାରଣ ସକାଳ ୬ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଦର୍ଶନ କରିବାର ବ୍ୟବସ୍ଥା ରହିଛି ।

ଏନେଇ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ନିୟମକୁ ଶ୍ରଦ୍ଧାଳୁମାନେ ମାନିବାକୁ କୁହାଯାଇଛି । ୬ ଫୁଟର ସାମାଜିକ ଦୂରତା ସହ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.