fbpx

ଖୋଲିବ ରତ୍ନଭଣ୍ଡାର! ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ ନିଷ୍ପତ୍ତି

ଓଡିଶା ଭାସ୍କର: ରତ୍ନଭଣ୍ଡାର ଖୋଲିବାକୁ ନେଇ ଆଜି ହୋଇପାରେ ବଡ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରତ୍ନଭଣ୍ଡାର ତଦାରଖ କମିଟିର ଏହା ହେଉଛି ୨ ୟ ବୈଠକ । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ କରଙ୍କ ଅଧ୍ୟକ୍ଷତାରେ ଏହି ଗୁଗୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ରତ୍ନଭଣ୍ଡାରକୁ ନେଇ ଆଜି ବଡ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡିଛି । ଦୀର୍ଘ ଦିନରୁ ରାଜ୍ୟରେ ରତ୍ନଭଣ୍ଡାର ରାଜନୈତିକ ଦଳଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି । ଯାହା ଉପରେ ଆଜି ପରଦା ହଟିପାରେ । ରତ୍ନଭଣ୍ଡାର ଖୋଲିବାକୁ ନେଇ କ’ଣ ସବୁ କରାଯିବ ତାହା ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ଆଲୋକପାତ ହୋଇପାରେ । ବୈଠକ ସରିଲା ପରେ ଜଣା ପଡିବ ଏହି ବୈଠକରେ କେଉଁ ଭଳି ନିର୍ଯ୍ୟାସ ବାହାରୁଛି ।

Get real time updates directly on you device, subscribe now.