ଅମୃତସର: ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଭାରତ ଦ୍ୱାରା ଚଳାଯାଇଥିବା ଅପରେସନ ସିନ୍ଦୂର ସମୟରେ ଅମୃତସତ ସ୍ଥିତ ସ୍ୱର୍ଣ୍ଣ ମନ୍ଦିର ପରିସରରେ କୌଣସି ପ୍ରକାର ବନ୍ଧୁକ ବା ଏୟାର ଡିଫେନ୍ସ ସିଷ୍ଟମକୁ ନିୟୋଜିତ କରାଯାଇନଥିଲା। ସେନା ଏହି ଖୁଲାସା କରିଛି।
ସେନାର ଜଣେ ଅଧିକାରୀ କହିଛନ୍ତି ଯେ, ସ୍ୱର୍ଣ୍ଣ ମନ୍ଦିରରେ ଏ.ଡି ଗନ ନିୟୋଜିତ ସମ୍ବନ୍ଧରେ କିଛି ମିଡିଆ ରିପୋର୍ଟ ପ୍ରସାରିତ ହେଉଛି। ଏହା ସ୍ପଷ୍ଟ କରାଯାଇଛି ଯେ, ଶ୍ରୀ ଦରବାର ସାହିବ ଅମୃତସରର ପରିସରରେ କୌଣସି ଏ.ଡି ଗନ ବା କୌଣସି ଅନ୍ୟ ଏ.ଡି ସଂଶୋଧନ ନିୟୋଜିତ କରାଯାଇ ନଥିଲା।
କୁହାଯାଉଥିଲା ଯେ, ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ପାକିସ୍ତାନ ଟାର୍ଗେଟରେ ଥିଲା। ଭାରତୀୟ ସେନା କହିଛି ଯେ, ପାକିସ୍ତାନ ହମଲା କଲା, ହେଲେ ଆମେ ସ୍ୱର୍ଣ୍ଣ ମନ୍ଦିର ଉପରେ କୌଣସି ଆଞ୍ଚ ଆସିବାକୁ ଦେଲୁନି।
ଭାରତୀୟ ସେନା ଏକ ଡେମୋ ଦେଖାଇଛନ୍ତି ଯେ, କିପରି ଆକାଶ ମିସାଇଲ ପ୍ରଣାଳୀ ଦ୍ୱାରା ଭାରତୀୟ ବାୟୁ ରକ୍ଷା ପ୍ରଣାଳୀଗୁଡ଼ିକ ଅମୃତସରରେ ସ୍ୱର୍ଣ୍ଣ ମନ୍ଦିର ଏବଂ ପଞ୍ଜାବର ସହରଗୁଡ଼ିକୁ ପାକିସ୍ତାନୀ ମିସାଇଲ ଏବଂ ଡ୍ରୋନ ଆକ୍ରମଣରୁ ବଞ୍ଚାଇଥିଲା।