fbpx

ଶେଷରେ ବନ୍ଧା ହେଲେ OPHWC ଡେପୁଟି ମ୍ୟାନେଜର ପ୍ରତାପ, ଘରୁ ମିଳିଥିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଶେଷରେ ଗିରଫ ହୋଇଛନ୍ତି । ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜବତ ହୋଇଥିବା ସମ୍ପତ୍ତିକୁ ନେଇ ପଚରାଉଚରା ପରେ ସେମାନଙ୍କୁ ଗିରଫ କରାଯାଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି ।

ତେବେ ୨ ଦିନ ଧରି ଚଢ଼ାଉ କରିବା ପରେ କୋଟି କୋଟି ଟଙ୍କା ସମ୍ପତ୍ତି ଠାବ ହୋଇଛି । ୧୪,୮୭,୪୧,୧୯୪ ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠାବ ହୋଇଛି । ପ୍ରତାପଙ୍କ ଆୟଠାରୁ ୧୦୮୭ ଗୁଣ ଅଧିକ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ କହିଛି ।

ପ୍ରତାପ ଓ ତାଙ୍କ ପରିବାରଙ୍କ ନାଁରେ ରହିଛି କୋଟି କୋଟି ସମ୍ପତ୍ତି । ତାଙ୍କ ଆକାଉଣ୍ଟରୁ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା ରହିଛି । ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କାର ବୀମା ପଇଠ ହୋଇଛି । ଏହା ପରେ ସରକାରୀ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ଭିଜିଲାନ୍ସ ।

Get real time updates directly on you device, subscribe now.