fbpx

Generation Google Scholarship Program 2021: ମାସକୁ ୭୫ ହଜାର ରୋଜଗାର କରିବାର ସୁଯୋଗ ଦେଉଛି Google, ମୋବାଇଲରେ କରନ୍ତୁ ଆବେଦନ

ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ମହିଳା ଓ ପୁରୁଷଙ୍କର ସମାନତାକୁ ନେଇ ଅନେକ ପ୍ରୟାସ ଜାରି ରହିଛି । ଗୁଗଲ ପରି ଅନେକ ସଂସ୍ଥା ତରଫରୁ ଏଥିପାଇଁ ମହିଳାଙ୍କୁ ସ୍କଲାରସିପ୍ ମାଧ୍ୟମରେ ରୋଜଗାର ସୁଯୋଗ ଦିଆଯାଉଛି । Generation Google Scholarship Program ମାଧ୍ୟମରେ ଛାତ୍ରୀମାନଙ୍କୁ କମ୍ପ୍ୟୁଟର ସମ୍ବନ୍ଧିତ ଶିକ୍ଷା ପାଇଁ ମାସକୁ ପ୍ରାୟ ୭୫ ହଜାର ଟଙ୍କାର ସ୍କଲାରସିପ୍ ଯୋଗାଇ ଦିଆଯାଉଛି ।

୨୦୨୨-୨୩ ବର୍ଷ ପାଇଁ ବର୍ତ୍ତମାନ ସ୍କଲାରସିପ୍ ପ୍ରକିୟା ଜାରି ରହିଥିବା ବେଳେ ଆପଣ ଚାହିଁଲେ ଆବେଦନ କରିପାରିବେ । ଏହି ସୁଯୋଗ କେବଳ ଛାତ୍ରୀଙ୍କ ପାଇଁ ରହିଥିବା ବେଳେ ପୁରୁଷମାନେ ଏନେଇ ଅବଗତ ହୋଇ ନିଜର ସମ୍ପର୍କୀୟଙ୍କୁ ଜଣାଇ ପାରିବେ । ପ୍ରାର୍ଥୀମାନେ କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବା କୌଣସି ଟେକ୍ସିକାଲ ଫିଲ୍ଡରେ ଶିକ୍ଷା ହାସଲ କରିପାରିବେ । ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଏସିଆ ପାସିଫିକ୍ ଅଞ୍ଚଳର ସମସ୍ତ ମହିଳା ଏଥିରେ ଆବେଦନ କରିପାରିବେ । ୭୫ ହଜାର ଟଙ୍କା ସହ ଟ୍ୟୁସନ ଫି, ବହି ସହ ଅନ୍ୟାନ୍ୟ ପାଠପଢ଼ା ସାମଗ୍ରୀ ଯୋଗାଇ ଦିଆଯାଇଥାଏ । କେବଳ ଅନଲାଇନରେ ଆପଣ ଆସନ୍ତା ଡିସେମ୍ବର ୧୦ ତାରିଖ ମଧ୍ୟରେ ଆପ୍ଲାଏ କରିପାରିବେ । ଆବେଦକଙ୍କ ଆକାଡେମିକ ରେକର୍ଡ ଭଲ ରହିଥିବା ସହ କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଇଞ୍ଜିନିୟରିଂ ବା ଅନ୍ୟ କୌଣସି କମ୍ପ୍ୟୁଟର ସମ୍ବନ୍ଧିତ ବିଷୟରେ ସ୍ନାତକ କରିଥିବେ ।

ଆପଣ https://buildyourfuture.withgoogle.com/ ୱେବସାଇଟକୁ ଯାଇ ସ୍ଲଲାରସିପ୍ ଉପରେ କ୍ଲିକ୍ କରିବେ । ଏହାପରେ ଏସିଆ ପାସିଫିକ୍ ବାଛିବାକୁ ପଡ଼ିବ । ଏହାପରେ ଫର୍ମ ଖୋଲିଯିବା ପରେ ଆପଣ କଣ୍ଟାକ୍ଟ ଡିଟେଲ୍ସ, ୟୁନିଭରସିଟି ବିଷୟରେ ତଥ୍ୟ ଦେବେ । ରିଜ୍ୟୁମ ବା ସିଭି ଅପଲୋଡ୍ କରିବା ସହ ୪୦୦ ଶବ୍ଦ ମଧ୍ୟରେ ଛୋଟ ଛୋଟ ନିବନ୍ଧର ଉତ୍ତର ଦେବାକୁ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଆପଣଙ୍କୁ ୧୫ ମିନିଟ ମଧ୍ୟରେ ଇଂରାଜୀରେ ଦେବାକୁ ପଡ଼ିବ । ଆବେଦନର ଅନ୍ତିମ ତାରିଖ ସମାପ୍ତ ହେବାର ୫-୭ କାର୍ଯ୍ୟ ଦିବସ ମଧ୍ୟରେ ସର୍ଟଲିଷ୍ଟେଡ ହୋଇଥିବା ପ୍ରାର୍ଥୀଙ୍କୁ ଗୁଗଲ ଅନଲାଇନ ଚ୍ୟାଲେଞ୍ଜ ଦିଆଯିବ । ଏହାପରେ ପ୍ରାର୍ଥୀଙ୍କୁ ୧୫ ମିନିଟର Meet & Greet Session ପାଇଁ ଡକାଯିବ । ଯଦି ଆପଣ କୌଣସି କମ୍ପ୍ୟୁଟର ସମ୍ବନ୍ଧିତ କୋର୍ସ ଜାରି ରଖିଛନ୍ତି, ତେବେ ମଧ୍ୟ ଆପଣ ଏଥିରେ ଆବେଦନ କରିପାରିବେ ।

Get real time updates directly on you device, subscribe now.