Breaking: ଗୃହ ଚଲେଇ ଦେଉନାହାନ୍ତି ବିରୋଧୀ, ଅଧିବେଶନ ଆରମ୍ଭରୁ ଗୃହ ମୁଲତବି

ପୁଣି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ। ଗୃହ ଚଲେଇ ଦେଉନାହାନ୍ତି ବିରୋଧୀ ବିଜେଡି ଆଉ କଂଗ୍ରେସ। ପ୍ରଶ୍ନକାଳ ଆରମ୍ଭରୁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି।

ଭୁବନେଶ୍ୱର: ଚାଲିପାରୁନି ବିଧାନସଭା ଅଧିବେଶନ। ପ୍ରତିଥର ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଠିକ୍ ସେହିପରି ଆଜି ମଧ୍ୟ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସକ ପ୍ରତିବାଦ ଦେଖିବାକୁ ମିଳିଥିଲା। ସେଥିପାଇଁ ଗୃହ ଆରମ୍ଭରୁ ୧୨ଟା ୯ ପର୍ଯ୍ୟନ୍ତ ବିଧାନସଭା ମୁଲତବି ଘୋଷଣା କଲେ ବାଚସ୍ପତି

ଯଦି ଦେଖିବା ବିଜେପି କ୍ଷମତାକୁ ଆସିବାର ପ୍ରଥମ ଦିନରୁ ହିଁ ସୁରୁଖୁରୁରେ ଚାଲିପାରୁନି ବିଧାନସଭା ଅଧିବେଶନ। ପ୍ରତିଥର କିଛି ନା କିଛି ପ୍ରସଙ୍ଗକୁ ମୁଦ୍ଦା କରେ ଗୃହରେ ନାରାବାଜି କରୁଛନ୍ତି ବିଜେଡି ଆଉ କଂଗ୍ରେସ।

ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା କରିଥିଲେ ବିଜେଡି ଆଉ କଂଗ୍ରେସ। ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଘଣ୍ଟ ଓ ଝାଞ୍ଜ ବଜାଇ ବାଚସ୍ପତିଙ୍କ ପୋଡିୟମ ଆଗରେ କଂଗ୍ରେସ ପ୍ରତିବାଦ କରିଥିଲା। ନାରୀ ସୁରକ୍ଷା ନେଇ କଂଗ୍ରେସର ପ୍ରତିବାଦ।

ସେପଟେ ବିଜେଡି ମଧ୍ୟ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲା। ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦାବି କଲା ବିଜେଡି। ଏହାସହ SC/ST,OBCଙ୍କ ପାଇଁ ସଂରକ୍ଷଣ ପାଇଁ ମଧ୍ୟ ଦାବି କରିଥିଲା। ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ପ୍ରତିବାଦ କରିଥିଲା ବିଜେଡି। ହଟ୍ଟଗୋଳ ଯୋଗୁଁ ଗୃହ ୧୨ଟା୯ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି।