fbpx

OSSC ପକ୍ଷରୁ ଦିଆଗଲା ସୂଚନା: CGL ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦର ଅନଲାଇନ୍ ଆବେଦନ ତାରିଖ ବଦଳିଲା

Advertisement

ବର୍ତ୍ତମାନ ସମୟରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସେସବୁର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଗତ ମାସ ୨୬ ତାରିଖରେ ଓଏସଏସସି ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଉକ୍ତ ନିଯୁକ୍ତିର ଆବେଦନକୁ ନେଇ ଓଏସଏସସି ପକ୍ଷରୁ ଏକ ନୂଆ ସୂଚନା ଜାରି କରାଯାଇଛି ।

ପୂର୍ବ ସୂଚନା ମୁତାବକ, ଜାନୁଆରୀ ମାସ ୩ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଫେବୃଆରୀ ମାସ ୨ରେ ସମାପ୍ତ ହେବାର ଥିଲା । ଏଥିସହିତ ଆପ୍ଲିକେସନ ସବମିଶନ୍ କରିବାର ଅନ୍ତିମ ତାରିଖ ଫେବୃଆରୀ ୫ ରହିଥିବା ବେଳେ ଅନଲାଇନ୍ ଆପ୍ଲିକେସନ ସଂଶୋଧନ କରିବାର ଅନ୍ତିମ ତାରିଖ ଫେବୃଆରୀ ୭ ରହିଥିଲା । ତେବେ ନୂଆ ସୂଚନା ମୁତାବକ, ଜାନୁଆରୀ ୧୦ରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଫେବୃଆରୀ ୯ରେ ଶେଷ ହେବ । ଏଥିସହିତ ଫେବୃଆରୀ ୧୨ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ଓ ଫେବୃଆରୀ ୧୪ ସୁଦ୍ଧ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିବାକୁ ପଡ଼ିବ ।

ମୋଟ ୮୩ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଇନ୍ସପେକ୍ଟର ଅଫ୍ ଲେଗାଲ ମେଟ୍ରୋଲୋଜି, ଜୁନିୟର କେମିଷ୍ଟ, ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ, ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର, କମ୍ପ୍ୟୁଟର ପ୍ରୋଗ୍ରାମର ଆଦି ପଦରେ ନିଯୁକ୍ତି ଦିଆଯିବ । ୨୦୨୩ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂରେ ଡିଗ୍ରୀ/ ଡିପ୍ଲୋମା, ସାଇନ୍ସରେ ଡିଗ୍ରୀ, କେମିଷ୍ଟ୍ରିରେ ଡିଗ୍ରୀ / ଡିପ୍ଲୋମା, ବି.ଫାର୍ମାସୀ, ଡିଗ୍ରୀ ସହିତ ପିଜିଡିସିଏ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.