fbpx

ମୁଖ୍ୟ ଲିଖିତ ପରୀକ୍ଷା ପାଇଁ OSSC ଜାରି କଲା ଡିଟେଲ୍ସ ପ୍ରୋଗ୍ରାମ: ସେପ୍ଟେମ୍ବର ୧୩ ଓ ୧୪ରେ ହେବ ୩ଟି ପଦ ପାଇଁ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ବା ସମକକ୍ଷ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ମାସ ୧୩ ଓ ୧୪ ତାରିଖ ଦୁଇ ଦିନରେ ୩ଟି ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଜୁନିୟର ମତ୍ସ୍ୟ ବୈଷୟିକ ସହାୟକ ପଦ ପାଇଁ ୧୩ ତାରିଖରେ ଗୋଟିଏ ଶିଫ୍ଟିରେ ପରୀକ୍ଷା ହେବ । ସେହିପରି ଅମିନ ଓ ଆୟୂଷ ଆସିଷ୍ଟାଣ୍ଟ ପଦ ପାଇଁ ୧୪ ତାରିଖରେ ଗୋଟିଏ ଲେଖାଏଁ ଶିଫ୍ଟରେ ପରୀକ୍ଷା ହେବ ।

ରାଜଧାନୀ ଭୁବନେଶ୍ୱରର ପରୀକ୍ଷା କେନ୍ଦ୍ରରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୩୯ ଜଣ ପ୍ରାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷା ଦେବେ । ଏନେଇ ଓଏସଏସସି ଦ୍ୱାରା ଡିଟେଲ୍ସ ପ୍ରୋଗ୍ରାମ ଜାରି କରାଯାଇଛି । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ । ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସେପ୍ଟେମ୍ବର ୬ ତାରିଖ ପରଠାରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.