ନୂଆଦିଲ୍ଲୀ: ଏହି ଖବର ମେଡିକାଲ ଇତିହାସରେ ଏକ ଚମତ୍କାରଠାରୁ କମ୍ ନୁହେଁ । ଅଷ୍ଟ୍ରେଲିଆରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ମେଟାଲରେ ତିଆରି ହାର୍ଟରେ ୧୦୦ ଦିନ ପର୍ଯ୍ୟନ୍ତ ଜୀବିତ ରଖାଯାଇଥିଲା । ତେବେ ଏହା କିପରି ଘଟିଲା, ଆସନ୍ତୁ ଜାଣିବା…
ପୁରୁଷଙ୍କ ଭିତରେ ଟାଇଟାନିୟମରେ ତିଆରି ଏକ ହାର୍ଟ ଲଗାଯାଇଥିଲା । ଏହି ଆର୍ଟିଫିସିଆଲ୍ ହାଟ ସାହାଯ୍ୟରେ ସେହି ବ୍ୟକ୍ତି ୧୦୦ ଦିନ ପର୍ଯ୍ୟନ୍ତ ଜୀବିତ ରହିଥିଲେ, ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ । ସେହି ବ୍ୟକ୍ତିଙ୍କ ବୟସ ୪୦ ବର୍ଷ ବୋଲି କୁହାଯାଉଛି । ସେ ଟାଇଟାନିୟମରେ ତିଆରି ହାର୍ଟ ବ୍ୟବହାର କରିଥିବା ପ୍ରଥମ ବ୍ୟକ୍ତି ହୋଇଛନ୍ତି ।
ଏହି ଅପରେସନ୍ ୨୦୨୩ ହୋଇଥିଲା:
ସିଡନୀର ସେଣ୍ଟ ଭିନସେଣ୍ଟ ହସ୍ପିଟାଲରେ ନଭେମ୍ବର ୨୦୨୩ ରେ ସେହି ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ରୋଗୀଙ୍କ ହାର୍ଟ ସମ୍ପୂର୍ଣ୍ଣ ଭାବରେ ଫେଲ୍ ହୋଇଯାଇଥିଲା । ତୁରନ୍ତ କୌଣସି ହାର୍ଟ ଡୋନର ନଥିଲେ । ଏହା ପରେ ଡାକ୍ତରଙ୍କ ଟିମ୍ ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ଡାନିଏଲ୍ ଟିମ୍ସଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ବିଆଇଭିଏସିଓଆର ଟୋଟାଲ୍ ଆର୍ଟିଫିସିଆଲ୍ ହାର୍ଟକୁ ରୋଗୀଙ୍କ ଦେହରେ ସମ୍ପୂର୍ଣ୍ଣ ଭାବରେ ପ୍ରତିରୋପଣ କରିଥିଲେ । ଏହି ଆର୍ଟିଫିସିଆଲ୍ ହାର୍ଟ ହେଉଛି ବିଶ୍ୱର ପ୍ରଥମ ରୋଟରୀ ରକ୍ତ ପମ୍ପ ।
୧୦୦ ଦିନ କାମ କଲା :
ରୋଗୀ ଏହି ହୃଦୟରେ ବଞ୍ଚିଗଲେ ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଗଲା ଏବଂ ସେ ସାଧାରଣ କାମ କରିବା ଆରମ୍ଭ କଲେ । ଯେତେବେଳେ ଜଣେ ଡୋନର ତାଙ୍କ ହାର୍ଟ ଦାନ କରିବାକୁ ମିଳିଲେ, ଶହେ ଦିନ ପରେ ତାଙ୍କ ଶରୀରରେ ଏକ ମାନବ ହୃଦୟ ପ୍ରତିରୋପଣ କରାଯାଇଥିଲା ।
ଏହି ଯାନ୍ତ୍ରିକ ହୃଦୟ କିପରି କାମ କରେ?
ବିଆଇଭିଏସିଓଆର କୃତ୍ରିମ ହୃଦୟ ହାଇ-ସ୍ପିଡ୍ ଟ୍ରେନରେ ବ୍ୟବହୃତ ପ୍ରଯୁକ୍ତିବିଦ୍ୟା ପରି ମ୍ୟାଗ୍ନେଟିକ୍ ଲେଭିଟେସନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥାଏ । ଏହା ଶରୀର ଏବଂ ଫୁସଫୁସକୁ ରକ୍ତ ପମ୍ପ କରିବା ପାଇଁ କାର୍ଯ୍ୟ କରେ ଓ ହୃଦୟର ଉଭୟ ନିଳୟକୁ ବଦଳାଇଥାଏ ।
ଏହାର କେବଳ ଗୋଟିଏ ଗତିଶୀଳ ଅଂଶ ଅଛି – ଏକ ଘୂର୍ଣ୍ଣନକାରୀ ରୋଟର, ଯାହାକୁ ଚୁମ୍ବକ ସାହାଯ୍ୟରେ ସନ୍ତୁଳିତ କରାଯାଏ । ଏହା ଟାଇଟାନିୟମରେ ତିଆରି ଏବଂ ଏଥିରେ କୌଣସି ଭଲଭ୍ କିମ୍ବା ଯାନ୍ତ୍ରିକ ବିୟରିଂ ନାହିଁ, ଯାହା ଏହାକୁ ଅଧିକ ସ୍ଥାୟୀ ଏବଂ ପ୍ରଭାବଶାଳୀ କରିଥାଏ ।