fbpx

OUAT ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଓୟୁଏଟିରେ କାର୍ଯ୍ୟରତ ଜଣେ ସହକାରୀ ପ୍ରଫେସରଙ୍କ ମୃତ୍ୟୁ ଘଟିଛି । ଓୟୁଏଟି ସହକାରୀ ପ୍ରଫେସର ବାସନ୍ତୀ ଜେନାଙ୍କ ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ତେବେ ପ୍ରଫେସର ଶ୍ରୀମତୀ ଜେନାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ଜବତ କରିଛି ।

ପ୍ରଫେସରଙ୍କ ମୃତ୍ୟୁ ପଛର ଅସଲ କାରଣ ଜଣାପଡ଼ି ନଥିବାରୁ ପୋଲିସ ପାଖ ପଡ଼ୋଶୀଙ୍କୁ ଏ ବାବଦରେ ପଚରାଉଚରା କରି ତଥ୍ୟ ସଂଗ୍ରହ କରୁଛି । କେଉଁ ପରିସ୍ଥିତିରେ ଓ କିପରି ତାଙ୍କର ମୃତ୍ୟୁ ଘଟିଥିଲା ତାହାକୁ ନେଇ ପୋଲିସ ଖୋଳତାଡ଼ କରୁଛି ।

Get real time updates directly on you device, subscribe now.