fbpx

ମନ୍ଦିର ବାହାରେ ଭକ୍ତଙ୍କୁ ଆଶିର୍ବାଦ ଦେଉଛି କୁକୁର, ଭାଇରାଲ ହେଉଛି ଭିଡିଓ

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଏ । ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ତେବେ ମଣିଷଙ୍କୁ ଆଶିର୍ବାଦ ପ୍ରଦାନ କରୁଥିବା କୌଣସି କୁକୁରକୁ ଆପଣମାନେ କେବେ ଦେଖିଛନ୍ତି କି ? ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ । ମନ୍ଦିର ନିକଟରେ ଗୋଟିଏ କୁକୁର ଭକ୍ତମାନଙ୍କୁ ଆଶିର୍ବାଦ କରିବା ସହ କରମର୍ଦ୍ଦନ କରୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ସିଦ୍ଧଟେକ ନିକଟସ୍ଥ ସିଦ୍ଧିବିନାୟକ ମନ୍ଦିରରେ ଗୋଟିଏ କୁକୁର ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଶିର୍ବାଦ ପ୍ରଦାନ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଆଉ ଏକ ଭିଡିଓରେ କୁକୁରଟି ଜଣେ ମହିଳା ଭକ୍ତଙ୍କ ସହ କରମର୍ଦ୍ଦନ କରୁଥିବାର ଭାଇରାଲ ହୋଇଛି । ଫେସବୁକରେ ଜଣେ ଯୁବକ ଏପରି ଦୁଇଟି ଭିଡିଓ ଶେୟାର କରିଥିଲେ । ଏପର୍ଯ୍ୟନ୍ତ ଏହି ଭିଡିଓକୁ ୧.୩ ମିଲିୟନ ଲୋକ ଦେଖିସାରିଲେଣି । କିଛି ଲୋକ କୁକୁରଟି ନେଇ ଅନେକ ସକାରାତ୍ମକ ପ୍ରେମଭରା କମେଣ୍ଟ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.