fbpx

କେତେ ଧନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନଡେଲା? ସଂପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଟେକ କମ୍ପାନୀ ମାଇକ୍ରୋସଫ୍ଟର ସର୍ଭରରେ ଆସିଥିବା ଅସୁବିଧା ସାରା ଦୁନିଆକୁ ଦୋହଲାଇ ଦେଇଛି । ଏହି ଅସୁବିଧାକୁ ନେଇ ସିଇଓ ସତ୍ୟା ନଡେଲା କହିଛନ୍ତି ଯେ, ଏକ୍ସରେ ନଡେଲା କହିଛନ୍ତି ଯେ, ଆମେ ଏହି ପ୍ରସଙ୍ଗରେ ଅବଗତ ରହିଛୁ ଏବଂ ୟୁଜସଙ୍କୁ ତାଙ୍କ ସିଷ୍ଟମକୁ ସୁରକ୍ଷିତ ଭାବେ ଅନଲାଇନ ପୁନଶ୍ଚ ଆଣିବା ପାଇଁ କ୍ରାଉଡଷ୍ଟ୍ରାଇକକୁ ଟେକନିକାଲ ସପୋର୍ଟ ଦେଉଛି ।

ମାଇକ୍ରୋସଫ୍ଟ ଦୁନିଆର ସବୁଠାରୁ ମୂଲ୍ୟବାନ କମ୍ପାନୀ ଅଟେ । ମାର୍କେଟ କ୍ୟାପ କଥା କହିବାକୁ ଗଲେ ଏହା ୩.୨୭୨ ଟ୍ରିଲିୟନ ଡଲାର ଅଟେ । ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡେଲା ଭାରତୀୟ ବଂଶଜ ଅଟନ୍ତି ଏବଂ ୨୦୧୪ରେ କମ୍ପାନୀର ସିଇଓ ହୋଇଥିଲେ । ସତ୍ୟା ନଡେଲା ହେଉଛନ୍ତି, କମ୍ପାନୀକୁ ବହୁ ଉଚ୍ଚତାରେ ପହଞ୍ଚାଇଛନ୍ତି ।

ମିଡିଆ ରିପୋର୍ଟସ ମୁତାବକ, ସତ୍ୟା ନଡେଲାଙ୍କ ସଂପତ୍ତି ୭ ହଜାର ୫୦୦ କୋଟି ଅଟେ । ଫାଇନାନସିଆଲ ଇୟର ୨୦୨୩ରେ ନଡେଲାଙ୍କୁ ୪.୮୫ କୋଟି ଡଲାର ଅର୍ଥାତ ୪ ବିଲିୟନ ୩ କୋଟି ୬୪ ଲକ୍ଷ ୬୩ ହଜାର ୪୨୫ ଟଙ୍କାର ଦରମା ମିଳିଛି । ଏଥିରୁ ୨୫ ଲକ୍ଷ ଡଲାର ନଡେଲାଙ୍କ ବେସିକ ଦରମା ହୋଇଥିବା ବେଳେ ୬୪ ଲକ୍ଷ ଡଲାରରୁ ଅଧିକ ବୋନଓ ସାମିଲ ରହିଛି । ଏଥିସହ ଦ୍ୱିତୀୟ କ୍ଷତିପୂରଣ ମିଳିଛି.
ନଡେଲା ପ୍ରଫେସନାଲ ସୋସିଆଲ ନେଟୱାର୍କ ଲିଙ୍କଡଇନର ସିଇଓ ରୟାନ ରୋସଲାସ୍କି ସହ କଥାବାର୍ତ୍ତା ସମୟରେ ନଡେଲା କହିଛନ୍ତି ଯେ, ୧୯୯୨ରେ ମଇକ୍ରୋସଫ୍ଟ ଚାକିରି ମିଳିଥିଲା ଏବଂ ତାହା ଏକ ଯୁବ ଇଞ୍ଜିନିୟର ଭାବେ କମ୍ପାନୀ ସହ ଜଡିତ ଥିଲେ, ସେବେଠାରୁ ସେ ଏହା କେବେ ବାବିନଥିଲେ ଯେ, ଏହା ମୋତେ ମିଳିଥିବା ଦୁନିଆର ସବୁଠାରୁ ଭଲ ଚାକିରି । ମୋତେ ଏବେ ଏହା ପରେ କିଛି ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.