ଅଦିନିଆ ବର୍ଷାରେ କ୍ଷତି ସହିଛନ୍ତି ୬ ଲକ୍ଷ ୬୬ ହଜାରରୁ ଊର୍ଦ୍ଧ୍ୱ ଚାଷୀ, ଦିଆଯିବ 291 କୋଟି

ଚାଷୀଙ୍କୁ କ୍ଷତିପୂରଣ ବାବଦରେ 291 କୋଟି ଚଙ୍କା ପ୍ରଦାନ କରାଯିବ । ପ୍ରତି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭୁବନେଶ୍ବର: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ଚାଷ କ୍ଷତି ନେଇ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୋହନ ମାଝୀ । 291 କୋଟି ଚାଷୀ କ୍ଷତି ଦିଆଯିବା ନେଇ କହିଛନ୍ତି ।

ପ୍ରତି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଅଦିନିଆ ବର୍ଷାରେ 6 ଲକ୍ଷ 66 ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କର କ୍ଷତି ହୋଇଛି ।

ବର୍ତ୍ତମାନ କ୍ଷତି ଆକଳନ ଆସି ସାରିଛି । ଚାଷୀଙ୍କୁ କ୍ଷତିପୂରଣ ବାବଦରେ 291 କୋଟି ଚଙ୍କା ପ୍ରଦାନ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚାଷୀ ନିଶ୍ଚିତ କ୍ଷତିପୂରଣ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୋଟ ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ । ତେବେ କ୍ଷତି ସହିଥିବା ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍‌ ପାଣ୍ଠିରୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।