fbpx

ଓୱେସିଙ୍କ ପାର୍ଟି AIMIMର ଟ୍ୱିଟର ଆକାଉଣ୍ଟ ହ୍ୟାକ, ଲାଗିଲା ଏଲନ୍ ମସ୍କଙ୍କ ଫଟୋ

ନୂଆଦିଲ୍ଲୀ: ଅସଦୁଦ୍ଦିନ ଓୱେସିଙ୍କ ପାର୍ଟି AIMIMର ଟ୍ୱିଟର ଆକାଉଣ୍ଟକୁ ରବିବାର ହ୍ୟାକ କରାଯାଇଛି । ହ୍ୟାକରମାନେ ପାର୍ଟିର ନାମ ବଦଳାଇ ଏଲୋନ୍ ମସ୍କଙ୍କ ନାମ ଲେଖିଛନ୍ତି । କେବଳ ଏତିକି ନୁହେଁ, ଏଲୋନ୍ ମସ୍କଙ୍କ ଫଟୋ ଟ୍ୱିଟର ଡିପିରେ ମଧ୍ୟ ରଖାଯାଇଛି । ଏଲୋନ୍ ମସ୍କ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି । ସେ ସ୍ପେସଏକ୍ସ ଏବଂ ଟେସଲା ପରି କମ୍ପାନୀଗୁଡିକର ମାଲିକ ଅଟନ୍ତି ।

ନିକଟରେ ଓୱେସି ଘୋଷଣା କରିଥିଲେ ଯେ, ଉତ୍ତରପ୍ରଦେଶରେ ତାଙ୍କ ଦଳ ୧୦୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଏଥିପାଇଁ ସେ ଉତ୍ତରପ୍ରଦେଶର ସୁହେଲଦେବ ଭାରତ ସମାଜ ପାର୍ଟି ସହ ମିଳିତ ଭାବେ ଭାଗିଦାରୀ ସଂକଳ୍ପ ମୋର୍ଚ୍ଚା ଗଠନ କରିଛନ୍ତି। ଏଥିରେ ଅଧିକ ଛୋଟ ଦଳ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ତେବେ ଓୱେସିଙ୍କ ଘୋଷଣା ପରେ ସେ ମଧ୍ୟ ବିରୋଧୀ ଦଳର ଟାର୍ଗେଟରେ ଅଛନ୍ତି।

Get real time updates directly on you device, subscribe now.