Breaking: କଟକରେ ପୋଲିସ ଛାଉଣି, ୱାକଫ୍ ବିରୋଧରେ ମୁସଲମାନଙ୍କ ପଦଯାତ୍ରା

କଟକ: ୱକଫ୍ ଆଇନକୁ ବିରୋଧ କରି କଟକରେ ପଦଯାତ୍ରା । ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଏ ପଦଯାତ୍ରା ହୋଇଥିବା ସୂଚନା ।

ଗାନ୍ଧି ଭବନରୁ ଜିଲ୍ଲାପାଳ ଅଫିସ ଯାଏଁ ପଦଯାତ୍ରା କରାଯିବା ନେଇ ଖବର ପ୍ରକାଶ ପାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ୱକଫ୍ ସଂଶୋଧନ ବିଲକୁ ଦେଶବ୍ୟାପୀ ମୁସଲମାନ ସମ୍ପ୍ରଦାୟ ବିରୋଧ କରୁଛନ୍ତି । ଏହାକୁ ନେଇ ଅନେକ ସ୍ଥାନରେ ଦଙ୍ଗା ମଧ୍ୟ ଦେଖିବାକୁ ମିଳିଛି ।

କଟକରେ ଆଜି ମୁସଲମାନ ସମ୍ପ୍ରଦାୟର ଲୋକେ ପଦଯାତ୍ରା କରୁଥିବାବେଳେ ଏହା ଶାନ୍ତିପୂର୍ଣ୍ଣ ପଦଯାତ୍ରା ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି ।