ଜମ୍ମୁ: ଜମ୍ମୁକଶ୍ମୀର ସୀମାରେ ପାକିସ୍ତାନ ପଟରୁ ଗୁଳିମାଡ଼ କରାଯାଉଥିବା ସୂଚନା ।
ପୁଞ୍ଚ ସେକ୍ଟରରେ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ କରାଯାଉଛି । ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।
ପାକିସ୍ତାନ ପଟୁ ଗୁଳିମାଡ଼ ପରେ ଭାରତୀୟ ଯବାନଙ୍କ ପକ୍ଷରୁ ଦିଆଯାଇଛି କଡ଼ା ଜବାବ୍ । ଉଭୟ ସେନା ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସୂଚନା ।
ଅପରେଶନ୍ ସିନ୍ଦୁର ପରେ ପାକିସ୍ତାନ ପକ୍ଷରୁ ଏହା ପ୍ରଥମ ଆକ୍ରମଣ । ଏହାପୂର୍ବରୁ ପହଲଗାମ୍ ଆଟାକରେ ସମ୍ପୃକ୍ତ ଆତଙ୍କବାଦୀ ମୁସା ଓ ତା’ ୨ ସହଯୋଗୀଙ୍କୁ ଭାରତୀୟ ସେନା ନିହତ କରିଛି ।
ମୁସାକୁ ନିପାତ କରାଯିବା ପରେ ପାକିସ୍ତାନ ପକ୍ଷରୁ ତା’ ସମର୍ଥକମାନେ ଏ ପ୍ରକାର ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ପାକିସ୍ତାନ ପଟୁ ଆରମ୍ଭ କରାଯାଇଥିବା ଆକ୍ରମଣର କଡ଼ା ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଉଥିବା ଖବର ପ୍ରକାଶ ପାଇଛି ।