ଦେଖନ୍ତୁ (Video) ପ୍ରକୃତି ବଦଳାଇବନି ପାକିସ୍ତାନ! ସୀମାରେ ଯୁଦ୍ଧ; ଏପଟେ ଦୋକାନ୍ ଲୁଟ୍
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଦୋକାନ୍ ଲୁଟିବାରେ ବ୍ୟସ୍ତ ପାକିସ୍ତାନ ନାଗରିକ ।
ଓଡ଼ିଶା ଭାସ୍କର: ନିଜ ଗୁଣକୁ କେବେ ବଦଳାଇ ପାରିବ ନାହିଁ ପାକିସ୍ତାନ । ସୀମାରେ ଭାରତ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ଛିଡ଼ା ରହିଥିବାବେଳେ ପାକିସ୍ତାନ ଲୋକଙ୍କର କୌଣସି ଚିନ୍ତା ନାହିଁ ।
ଆଇଏମଏଫ, ଚାଇନାଠାରୁ କରଜ ଆଣି ଚଳୁଥିବା ପାକିସ୍ତାନ ଏବେ ଭାରତ ଉପରେ ଆକ୍ରମଣ କରୁଛି । ସେନା ମରଣ ମୁହଁରେ ଥିବାବେଳେ ପାକିସ୍ତାନ ଲୋକଙ୍କୁ କିନ୍ତୁ ନିଜ ଚିନ୍ତା ଘାରିଛି ।
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ପାକିସ୍ତାନର ଏକ ଡ୍ରେସ୍ ଦୋକାନାରେ ଲୋକମାନେ ଜୋର ଜବରଦସ୍ତ ଲୁଟପାଟ୍ କରୁଛନ୍ତି ।
କିଛି ଲୋକ ଦୋକାନ୍ ଭିତରେ ପଶି ମନଇଚ୍ଛା ଲୁଗାପଟା ନେଇ ଦୌଡ଼ୁଛନ୍ତି । ଏଭିଡିଓ କେଉଁ ସମୟର ଏବଂ କେଉଁସ୍ଥାନର ସେ ନେଇ କୌଣସି ଖବର ନାହିଁ । କିନ୍ତୁ ଭିଡିଓକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ।
ପାକିସ୍ତାନ କେବେ ନିଜ ମାନସିକତା ବଦଳାଇ ପାରିବ ନାହିଁ । ଦେଶ ପାଇଁ ତା’ ସେନା ଲଢ଼େଇ କରୁଥିବାବେଳେ ସେ ନାଗରିକଙ୍କୁ ନିଜ ଚିନ୍ତା ଘାରିଛି ।
ଏକ୍ସରେ ଏ ଘଟଣାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନେକେ ଏ କାମ ପାଇଁ ପାକିସ୍ତାନକୁ ନିନ୍ଦା କରିବାରେ ଲାଗିଛନ୍ତି ।
One Side War, Another side Looting the Shops.
Beggars !!! pic.twitter.com/W0iLtB40ug
— महावीर जैन, ಮಹಾವೀರ ಜೈನ, Mahaveer Jain (@Mahaveer_VJ) May 8, 2025