ତହବୁର ରାଣାଙ୍କ ପ୍ରତ୍ୟର୍ପଣରେ କାହିଁକି ଚିନ୍ତିତ ପାକିସ୍ତାନ, ସାମ୍ନାକୁ ଆସିଲା ପ୍ରତିକ୍ରିୟା

ତହବୁର ରାଣାଙ୍କ ପ୍ରତ୍ୟର୍ପଣରେ ପାକିସ୍ତାନ କାହିଁକି ଚିନ୍ତିତ? ଜାଣନ୍ତୁ

ଓଡ଼ିଶା ଭାସ୍କର: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କ ପ୍ରତ୍ୟର୍ପଣ ପରେ ଏନଆଇଏ ତାଙ୍କୁ ହେପାଜତରେ ନେଇଛି । ଏହାରି ମଧ୍ୟରେ ତହବୁର ରାଣାଙ୍କ ପ୍ରତ୍ୟର୍ପଣକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଯାଇଛି । କାରଣ ରାଣା ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରରେ ପାକିସ୍ତାନ ଭୂମିକାର ମଧ୍ୟ ଯାଞ୍ଚ ହେବ ।

ତହବୁର ରାଣାଙ୍କୁ ନେଇ ନ ଚାହିଁ ମଧ୍ୟ ବିଳମ୍ବିତ ରାତିରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏକ ଭିଡିଓ ମେସେଜ ଜାରି କରି କହିଛି ଯେ, ସେ ବିଗତ ଦୁଇ ଦଶନ୍ଧିରୁ ନିଜ ପାକିସ୍ତାନୀ କାଗଜପତ୍ରର ନବୀକରଣ କରାଇନାହିଁ । ପାକିସ୍ତାନ ରାଣାଙ୍କ ପ୍ରତ୍ୟର୍ପଣରେ ନିଜକୁ ରାଣାଙ୍କଠାରୁ ଅଲଗା କରିବାରେ ଲାଗିପଡ଼ିଛି ।

କାହିଁକି ଡରୁଛି ପାକିସ୍ତାନ: ପାକିସ୍ତାନ ରାଣାଙ୍କ ପ୍ରତ୍ୟର୍ପଣରେ ଏଥିପାଇଁ ଡରୁଛି ଯେ, ତହବୁର ରାଣାଙ୍କର ପାକିସ୍ତାନ ସହ ସଂପର୍କ ରହିଛି । ରାଣା ପାକିସ୍ତାନ ସେନାରେ ଡକ୍ଟର ରହିଛନ୍ତି । ଏଥିସହ ସେ ଆଇଏସଆଇର ସହ ସଂପର୍କ ରଖିଥିଲେ । ଏଥିରେ ଏବେ ପାକିସ୍ତାନକୁ ଡର ଯେ, ତହବୁର ରାଣା ୨୬/୧୧ ମାମଲାରେ ପାକିସ୍ତାନକୁ ଦୁନିଆ ସାମ୍ନାରେ ସାର୍ବଜନୀନ କରିବ । କାରଣ ସେ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ।