Breaking: ଟସ୍ ଜିତିଲା ପାକିସ୍ତାନ, ବିଜୟୀ ଲକ୍ଷ୍ୟ ନେଇ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଦୁବାଇ: ଟସ୍ ଜିତିଲା ପାକିସ୍ତାନ। ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି। ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ସୁପର ସଣ୍ଡେରେ ଆରମ୍ଭ ହେଲା ସୁପର ଫାଇଟ୍। ଭାରତ ପାକିସ୍ତାନ ମହାମୁକାବିଲାର କାଉଣ୍ଟ ଡାଉନ ଆରମ୍ଭ।

ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ। ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଛନ୍ତି ଭାରତ ପାକିସ୍ତାନ। ୨୦୧୭ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଲକ୍ଷ୍ୟ ରଖିଛି।

ସେପଟେ ମ୍ୟାଚ୍ ଜିତିବା ପାଇଁ କଳ ବଳ କୌଶଳ ଲଗାଇ ଦେବ ପାକିସ୍ତାନ। ତେବେ ଆଜି କାହା ସପକ୍ଷରେ ରହିବ ମ୍ୟାଚ୍। ତାହାକୁ ଅପେକ୍ଷା। ଏବେ ମୁକାବିଲା ପାଇଁ ପଡିଆକୁ ଓହ୍ଲାଇ ସାରିଲେଣି ଦୁଇ ଦଳର ଖେଳାଳୀ। ଏବେ ଟସ୍ ପଡିଲା। ଆଉ କିଛି ସମୟ ପରେ ଆରମ୍ଭ ହେବ ଲଢେଇ।