ପାକିସ୍ତାନୀ ସେନା ନିଜ ଦେଶର ପିଲାଙ୍କ ଉପରେ କରିଦେଲା ଡ୍ରୋନ ଆକ୍ରମଣ, ୪ ମୃତ

ଆର୍ମୀ ଚିଫ ମୁନୀରଙ୍କ ଉପରେ ରାଗିଗଲେ ଲୋକେ

ନୂଆଦିଲ୍ଲୀ: ପାକିସ୍ତାନୀରୁ ବଡ଼ ଖବର ସାମ୍ନାକୁ ଆସିଛି। ପାକ ଆର୍ମୀ ନିଜ ଦେଶର ପିଲାଙ୍କ ଉପରେ ଡ୍ରୋନ ଆକ୍ରମଣ କରିଛି। ଏଥିରେ ୪ ଜଣ ପିଲାଙ୍କ ମୃତ୍ୟୁ ଘଟିଛି।

ଏନେଇ ଲୋକେ ଦେଶର ଆର୍ମୀ ମୁଖ୍ୟ ଅସୀମ ମୁନୀରଙ୍କ ଉପରେ ରାଗିଯାଇଛନ୍ତି। ପାକ ସେବା ବର୍ତ୍ତମାନ ନିଜ ପିଲାମାନଙ୍କୁ ମାରୁଛି। ଏଠାରେ ପାକିସ୍ତାନୀ ଆର୍ମୀର ଡ୍ରୋନ ଆଟାକରେ ୪ଜଣ ନୀରିହ ପିଲାଙ୍କର ମୃତ୍ୟୁ ଘଟିଛି। ଏଥିରେ ପିଲାଙ୍କ ସମେତ ୩୮ଜଣ ମହିଳା ଆହତ ହୋଇଛନ୍ତି।

କୁହାଯାଉଛି ଯେ, ପାକିସ୍ତାନୀ ସେନା ଡ୍ରୋନ ସାହାଯ୍ୟରେ ଆବାସିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରିଥିଲା ​​ଏବଂ ସେଥିରେ ବୋମା ପକାଇଥିଲା। ବିଳମ୍ବିତ ରାତିରେ, ଯେତେବେଳେ ପିଲାମାନେ ଏବଂ ମହିଳାମାନେ ଶୋଇଥିଲେ, ପାକିସ୍ତାନୀ ସେନା ଆକ୍ରମଣ କରିଥିଲା।

ଏଥିରେ ନିରୀହ ପିଲାମାନେ ପ୍ରାଣ ହରାଇଲେ। ଏହି ଆକ୍ରମଣ ପରେ ପାକିସ୍ତାନର ଅନେକ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।