fbpx

ସମସ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହୋଲି ନିଷେଧ, ବ୍ୟାନ୍ କଲା ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ: ଜାଣନ୍ତୁ ଏହାର କାରଣ

ଇସଲାମାବାଦ: ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ ଗତକାଲି ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହୋଲି ପାଳନକୁ ନିଷିଦ୍ଧ କରିବାକୁ ବିଜ୍ଞପ୍ତି ଜାରି କରିଛି । କ୍ୟାମ୍ପସରେ ହୋଲି ଉତ୍ସବ ଉପରେ କମିଶନ ନିଷେଧାଦେଶ ଘୋଷଣା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଏଭଳି ଆୟୋଜନଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ପାକିସ୍ତାନର ହାୟର ଏଜୁକେସନ୍ କମିଶନର କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ “ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧ” ପାଳନ କରିବାକୁ ଏହି ପର୍ବ ପାଳନ କରିବାକୁ ବାରଣ କରାଯାଇଛି । ଏହିପରି କାର୍ଯ୍ୟକଳାପ ଦେଶର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧ ଏବଂ ଏହିପରି ଉତ୍ସବ ଦେଶର ଇସଲାମିକ ପରିଚୟରୁ ଦୂରେଇ ଯିବା ପରି ହେଉଛି ।

ତେବେ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ବରକୁ ଦମନ କରିବା ପ୍ରକ୍ରିୟା ଜାରି ରହିଛି। ଅହମ୍ମଦିଆ ମୁସଲମାନ ତଥା ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟକୁ ବାରମ୍ବାର ହଇରାଣ କରାଯାଉଥିବା ଖବର ଆସୁଛି। ଏହି ସମୟରେ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗର ଏହି ନିର୍ଦ୍ଦେଶ ଧାର୍ମିକ ସ୍ବାଧୀନତାକୁ ନେଇ ଚିନ୍ତା ବଢ଼ାଇଛି।

Get real time updates directly on you device, subscribe now.