fbpx

ତାଲିବାନଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ପଠାଇଲା ୧୦ହଜାର ଜିହାଦୀ, ଭାରତ-ଚୀନ ସାମନାରେ ଇମ୍ରାନଙ୍କ ଉପରେ ବର୍ଷିଲେ ଆଫଗାନିସ୍ତାନ ରାଷ୍ଟ୍ରପତି

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍ ଗନୀ ଶୁକ୍ରବାର ଦିନ ତାସକେଣ୍ଟରେ ଅନୁଷ୍ଠିତ ଏକ ଆଞ୍ଚଳିକ ସମ୍ମିଳନୀରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଆଫଗାନିସ୍ତାନରେ ବିଦେଶୀ ଆତଙ୍କବାଦୀଙ୍କ ପ୍ରବେଶ ଏବଂ ତାଲିବାନକୁ ଶାନ୍ତି ବାର୍ତ୍ତାରେ ପ୍ରଭାବିତ କରିବାରେ ବିଫଳ ହୋଇଥିବାକୁ ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ଏବଂ ଅନ୍ୟାନ୍ୟ ଦେଶର ନେତା ତଥା ପ୍ରତିନିଧିଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଗନୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ତାଲିବାନକୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ଆଫଗାନିସ୍ତାନକୁ ୧୦,୦୦୦ ରୁ ଅଧିକ ଜିହାଦି ଯୋଦ୍ଧା ପଠାଇଛି ବୋଲି ମଧ୍ୟ କହିଛନ୍ତି।

‘ମଧ୍ୟ ଏବଂ ଦକ୍ଷିଣ ଏସିଆ: ଆଞ୍ଚଳିକ ସଂଯୋଗ, ଆହ୍ୱାନ ଏବଂ ସୁଯୋଗ’ ସମ୍ମିଳନୀରେ ଯୋଗ ଦେଇ ରାଷ୍ଟ୍ରପତି ଗନୀ କହିଛନ୍ତି ଯେ ଗତ ଏକ ମାସ ମଧ୍ୟରେ ପାକିସ୍ଥାନ ତଥା ଅନ୍ୟାନ୍ୟ ସ୍ଥାନରୁ ୧୦,୦୦୦ ରୁ ଅଧିକ ଜିହାଦୀ (ଆଫଗାନିସ୍ତାନରେ) ପ୍ରବେଶ କରିଛନ୍ତି । ସେ କହିଛନ୍ତି ଯେ, ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ତାଲିବାନକୁ ପ୍ରଭାବିତ କରିବା ଏବଂ ଆତଙ୍କବାଦୀଙ୍କ ସୀମା କାର୍ୟ୍ୟକଳାପ ବନ୍ଦ କରିବା ପ୍ରତିଶ୍ରୁତି ପୂରଣ କରିବାରେ ପାକିସ୍ତାନ ବିଫଳ ହୋଇଛି।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ କିଛି ଦିନ ହେବ ତାଲିବାନ ମାନେ ପ୍ରବେଶ କରିଛନ୍ତି । ଯଦ୍ୱାରା ଦେଶର ଶାନ୍ତିଭଙ୍ଗ ହୋଇଛି । ସେମାନେ ଅଫଗାନ୍ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି ଏବଂ ଦେଶର ଏକ ବଡ଼ ଅଂଶକୁ ନିଜ ଦଖଲକୁ ନେଇଯାଇଛନ୍ତି । ଆମେରିକା ନିଜର ଅଧିକାଂଶ ସୁରକ୍ଷା ବାହିନୀ ପ୍ରତ୍ୟାହାର କରିନେଇଛି ଏବଂ ଅଗଷ୍ଟ ୩୧ ସୁଦ୍ଧା ଅବଶିଷ୍ଟ ବାହିନୀକୁ ପ୍ରତ୍ୟାହାର କରିବାକୁ ଲକ୍ଷ୍ୟ ରଖିଛି।

Get real time updates directly on you device, subscribe now.