fbpx

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ…

ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ତାଙ୍କ ବାସଗୃହରେ ଚଢାଉ ଚାଲିଛି।

 

ସୂଚନାନୁଯାୟୀ, କାଣିଗୁମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ ଜଣେ ଗ୍ରାମସାଥୀଙ୍କ ଠାରୁ ଡିଜିଟାଲ ଦସ୍ତଖତ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ତାଙ୍କ ଅଫିସ୍ ଏବଂ ଭବାନୀପାଟଣା ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଗୃହରେ ଭିଜିଲାନ୍ସ ବିଭାଗର ୮ଜଣିଆ ଟିମ୍ ମିଳିତ ଭାବରେ ଚଢ଼ାଉ କରୁଛନ୍ତି।

Get real time updates directly on you device, subscribe now.