ବିମାନ ବନ୍ଦରରେ ଭୟର ବାତାବରଣ, ଯିଏ ଯୁଆଡେ ପାରିଲେ ଧାଇଁଲେ, ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳକୁ କରାଗଲା ଖାଲି

ଲଣ୍ଡନ– ଲଣ୍ଡନର ଗେଟଭିକ ଏୟାରପୋର୍ଟରେ ଆଜି ଦେଖିବାକୁ ମିଳିଛି ଧାଁ ଦୌଡ । ସୁରକ୍ଷା କାରଣରୁ ବିମାନ ବନ୍ଦରର ଏକ ବଡ ଅଞ୍ଚଳକୁ ଖାଲି କରିଦେଇଛି ସୁରକ୍ଷା ବଳ । ସ୍ଥାନୀୟ ସମୟ ମୁତାବକ, ଅପରାହ୍ନ ଦୁଇଟା ଯାଏଁ ବିମାନ ବନ୍ଦର ଖାଲି ରଖିବାକୁ କୁହାଯାଉଛି । ଏମିତି କି ଲୋକଙ୍କୁ ଏହି ସମୟ ଭିତରେ ମେଟ୍ରୋଷ୍ଟେସନକୁ ନ ଯିବା ପାଇଁ ମଧ୍ୟ କୁହାଯାଇଛି । ତେବେ କେଉଁ କାରଣରୁ ଏପରି ବ୍ୟବସ୍ଥା କରାଯାଇଛି ତାହା ଜଣାଯାଇ ନ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏମିତି ହୋଇଥିବା କୁହାଯାଉଛି ।

ଲଣ୍ଡନରୁ ପ୍ରାୟ ୩୦ ମିଲ ଦୂରରେ ଥିବ ଗେଟଭିକ ଏୟାରପୋର୍ଟର ସୁରକ୍ଷା ସମ୍ବନ୍ଧିତ କାରଣରୁ ଆଗୁଆ ଟର୍ମିନାଲର ଏକ ବଡ ଅଂଶକୁ ଖାଲି କରିଦିଆଯାଇଛି । ଏହା ବ୍ରିଟେନର ସବୁଠାରୁ ବ୍ୟସ୍ତତମ ବିମାନ ବନ୍ଦର । ଘଟଣାର ଯାଞ୍ଚ ସମୟରେ ସାଉଥ ଟର୍ମିନାଲକୁ ଖାଲି କରିଦିଆଯାଇଛି । ଏଥିସହ ଯାତ୍ରୀଙ୍କୁ ଏୟାରପୋର୍ଟ କୋଠାରେ ପ୍ରବେଶ ନ କରିବାକୁ ଚେତାଇ ଦିଆଯାଇଛି । ସୁରକ୍ଷାର କଡା ଯାଞ୍ଚ କରାଯାଇଛି । ତେବେ କାହିଁକି ଏପରି ଆଲର୍ଟ ଜାରି ହୋଇଛି ସେ ନେଇ କିଛି କୁହାଯାଇନାହିଁ ।

ତେବେ ଋଷ ଆମେରିକା ଓ ବ୍ରିଟେନ ଉପରେ ଆକ୍ରମଣ କରିବା ନେଇ ଘୋଷଣା କରିବା ପରେ ଦୁଇ ଦେଶ ହାଇଆଲର୍ଟରେ । ଯେଉଁ ସବୁ ସ୍ଥାନ ଉପରେ ଆକ୍ରମଣ କରି ହେବ ସେଠାର ସୁରକ୍ଷାକୁ ବଢାଇ ଦିଆଯାଇଛି । ଗତକାଲି ବ୍ଲାôଡିମିର ପୁତିନ ଘୋଷଣା କରିଥିଲେ କି ୟୁକ୍ରେନକୁ ମିସାଇଲ ଯୋଗାଇଥିବା ରାଷ୍ଟ୍ରଙ୍କ ଉପରେ ଆକ୍ରମଣ କରିବ ଋଷ । ଏଥିସହ ଆମେରିକା ପାଖରେ ଋଷର ମିସାଇଲ ପ୍ରତିହତ କରିବାର କ୍ଷମତା ନ ଥିବା ମଧ୍ୟ କହିଥିଲେ ପୁତିନ । ପୁତିନଙ୍କ ଏହି ଘୋଷଣା ସହ ବିମାନବନ୍ଦର ଖାଲି କରିବାକୁ ଯୋଡା ଯାଉଥିବା ବେଳେ କିନ୍ତୁ ଏହାର ବାସ୍ତବ କାରଣ ଜଣାଯାଇନାହିଁ ।