କୁହାଯାଏ ଝିଅ ଘରର ଲକ୍ଷ୍ମୀ… ଆହୁରି ପୁଣି ଯାହାର ଜନ୍ମ ହୋଇଥାନ୍ତି ସେ ବହୁତ ଭାଗ୍ୟଶାଳୀ । କାରଣ ମା’ ଲକ୍ଷ୍ମୀ ଘରକୁ ଆସିଥାନ୍ତି ବୋଲି କୁହନ୍ତି । ତେବେ ବର୍ତ୍ତମାନ ଏଭଳି ଏଭ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଝିଅ ପ୍ରତି ଥିବା ଭଲପାଇବାକୁ ଦେଖାଇଛନ୍ତି ପରିବାର ଲୋକ । ଭିଡିଓକୁ ଆଇଏଏସ ସଞ୍ଚୟ କୁମାର ସେୟାର କରିଛନ୍ତି ।
ପ୍ରକୃତରେ ଏହି ଦମ୍ପତ୍ତି ଝିଅ ଶାଶୁଘରକୁ ଯିବା ପୂର୍ବରୁ ଝିଅର ପାଦ ଚିହ୍ନ ନେବା ସହ କ୍ଷୀରରେ ପାଦ ଧୋଇ ସେହି କ୍ଷୀରକୁ ପିଇଛନ୍ତି । ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ବାପା ନିଜ ଝିଅର ପାଦ ଧୋଉଛନ୍ତି । ପ୍ରଥମେ ପାଣିରେ ଏବଂ ତା’ପରେ କ୍ଷୀରରେ ଧୋଉଛନ୍ତି ଏବଂ ଏହାପରେ ସେହି କ୍ଷୀରକୁ ଉଭୟ ଦମ୍ପତ୍ତି ପିଉଛନ୍ତି ।
ଏହାପରେ ମହିଳାଙ୍କ ବାପା ପାଦ ଚିହ୍ନ ପାଇଁ ଏକ ଲାଲ୍ ରଙ୍ଗ ଥିବା ପ୍ଲେଟରେ ଲଗାଇ ପାଦଚିହ୍ନ ନେଉଛନ୍ତି । ତେବେ ପରିବାର ଏହାକୁ ଶାଶୁଘରକୁ ଚାଲିଯିବାର ପୂର୍ବରୁ ସ୍ମୃତି ଭାବରେ ରଖିବାକୁ ଏମିତି କରିଛନ୍ତି । ତେବେ ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହାକୁ ହୃଦୟସ୍ପର୍ଶୀ କହିଥିବାବେଳେ ଅନେକ ଏହାକୁ ପସନ୍ଦ କରିନାହାଁନ୍ତି । ଦେଖନ୍ତୁ ଭିଡିଓ…
भावुक पल..
विदाई से पूर्व बेटी के पद-चिन्हों को घर में संजोकर रखते मां-बाप..💕#HeartTouching
VC : SM pic.twitter.com/kJdF8dj4e6— Sanjay Kumar, Dy. Collector (@dc_sanjay_jas) August 22, 2022