fbpx

ବିବାହ ପରେ ପ୍ରଥମ ଖ୍ରୀଷ୍ଟମାସରେ ଲଣ୍ଡନରେ ପହଞ୍ଚିଲେ ପରିଣୀତି ଚୋପ୍ରା, ଫଟୋ ସେୟାର କରି ଲେଖିଲେ ରୋମାଣ୍ଟିକ ନୋଟ୍

ନୂଆଦିଲ୍ଲୀ: ପରିଣୀତି ଚୋପ୍ରା ଚଳିତ ବର୍ଷ ବିବାହ ପରେ ନିଜର ପ୍ରଥମ ଖ୍ରୀଷ୍ଟମାସ ସେଲିବ୍ରେସନ କରୁଛନ୍ତି । ଏହି ସମୟରେ ସେ ତାଙ୍କ ସ୍ୱାମୀ ରାଘବ ଚଡ୍ଡାଙ୍କ ସହ ଲଣ୍ଡନରେ ପହଁଚିଛନ୍ତି । ଏଥିସହ ସେ ରାଘବଙ୍କ ପାଇଁ ଲଭ ନୋଟ ସେୟାର କରିଛନ୍ତି ।ଖ୍ରୀଷ୍ଟମାସ ସେଲିବ୍ରେସନର କିଛି ଝଲକ ପରିଣୀତି ନିଜ ଇନଷ୍ଟାଗ୍ରାମରେ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯେଉଁଥିରେ ରାଘବଙ୍କ ସହ ସେ କ୍ଲୋଜରେ ଆସିଛନ୍ତି । ଖ୍ରୀଷ୍ଟମାସର ଏହି ଫଟୋକୁ ସେୟାର କରି ପରିଣୀତି ରାଘବଙ୍କ ପାଇଁ ଭଲପାଇବାର ଏକ ଲଭ ନୋଟ ମଧ୍ୟ ଲେଖିଛନ୍ତି ।

ଅଭିନେତ୍ରୀ ଲେଖିଛନ୍ତି ଯେ, ସାରା ଜୀବନ ପାଇଁ ମୁଁ ସାଣ୍ଟାଙ୍କ ଉପରେ ଗଳିପଡିଛି । ଏହି ଫଟୋରେ ସେ ଭଲପାଇବା ପ୍ରଦର୍ଶନ କରିଛନ୍ତି । ଏହି ଫଟୋରେ ପରିଣୀତି ନିଜ ଡିଲିସିୟସ ଫୁଡର ମଧ୍ୟ ଝଲକ ଦେଖାଇଛନ୍ତି । ଯାହା ଖ୍ରୀଷ୍ଟମାସ ହିସାବରେ ପ୍ରସ୍ତୁତ କରାଯାଇଛି ।

ଏହା ବ୍ୟତୀତ ଗୋଟିଏ ଫଟୋରେ ପରିଣୀତି ନିଜ ରୁମର ଝରକା ବାହାରର ଦୃଶ୍ୟ ସେୟାର କରିଛନ୍ତି । ଯାହା ଅତି ସୁନ୍ଦର ଅଟେ । ତେବେ ପରିଣୀତି-ରାଘବ ଚଳିତ ବର୍ଷ ସେପ୍ଟେମ୍ବର ୨୪ରେ ବିବାହ କରିଥିଲେ । ଏହି ଦୁଇଜଣ ବିବାହ ରାଜସ୍ଥାନରେ ଖୁବ ଧୁମଧାମର ସହ କରିଥିଲେ ।

Get real time updates directly on you device, subscribe now.