ଦୁଇରୁ ତିନ୍ ହେବାକୁ ଯାଉଛନ୍ତିି P-R,ପୋଷ୍ଟ କରି ସୋସିଆଲ ମିଡିଆରେ ଦେଲେ ଖୁସି ଖବର

ପେଗେନ୍ସି ଖବର ସୋସିଆଲ ମିଡିଆରେ ସେୟାର

ଓଡ଼ିଶାଭାସ୍କର: ଘରେ ଶୁଭିବ କୁଆଁ କୁଆଁ ଡାକ । ଘରକୁ ଆସୁଛନ୍ତି କୁନି ସଦସ୍ୟ । ଦୁଇରୁ ତିନ୍ ହେବାକୁ ଯାଉଛନ୍ତି ଏହି କପୁଲ ।

ବଲିଉଡ୍ ଅଭିନେତ୍ରୀ ପରୀଣିତୀ ଚୋପ୍ରା, ଆପ୍ ନେତା ରାଘବ ଚଢ଼ା ହେବାକୁ ଯାଉଛନ୍ତି ମା’ ବାପା । ଘରୁ କୁନି ସଦସ୍ୟ ଆସିବାକୁ ଅପେକ୍ଷ । ପରୀଣିତୀ ତାଙ୍କ ପେଗେନ୍ସି ଖବର ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସିରେ ସାମିଲ କରିଛନ୍ତି ।

ଏକ ସୁନ୍ଦର ପୋଷ୍ଟକୁ ସେୟାର କରି ପରିଣୀତି ଏହି ଖୁସି ଖବର ଜଣାଇଛନ୍ତି । ଯାହା ପରେ ଏହି ଯୋଡ଼ିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନେକ ଅଭିନେତ୍ରୀ, ନେତା ଏହି ପୋଷ୍ଟ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଘବ-ପରିଣୀତିଙ୍କ ପୋଷ୍ଟ
ପରୀଣିତ-ରାଘବ ଇନଷ୍ଟାଗ୍ରାମରେ ଏକ ଜଏଣ୍ଟ ପୋଷ୍ଟ ସେୟାର କରିଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି ଆମର ଛୋଟ ଦୁନିଆ … ଆସବାକୁ ଅଛି । ଏହା ସହ ଏକ କେକ୍‌ରେ ଛୋଟ ପିଲାର ପାଦ ଫଟୋ ସହ ଦୁଇରୁ ୩ ହେବାକୁ ଯାଉଥିବା କଥା କହିଛନ୍ତି ।ଏହା ସହ ଏକ ଭିଡିଓରେ ପରିଣୀତି ରାଘବ ଚଢ଼ାଙ୍କ ହାତ ଧରି ଚାଲୁଥିବା ଦେଖିବାକୁ ମିଳିଛି ।

ପୋଷ୍ଟରେ ସେଲିବ୍ରେଟିଙ୍କ ରିଆକ୍ସନ
ପରୀଣିତୀଙ୍କ ଏହି ପୋଷ୍ଟରେ ସେଲିବେଟ୍ରି ଏହି ଖୁସି ଖବର ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟରେ ନେହା ଧୁପିୟା, ସୋନମ କପୁର, ଭୂମି ପେଡନେକର, ରକୁଲ ପ୍ରୀତ୍ ସିଂହଙ୍କ ସହ ବଲିଉଡର ଅନେକ ଷ୍ଟାର ଶୁଭେଚ୍ଛା ଜଣାଇଛନ୍ତି ।ଏହା ସହ ଏହି ପୋଷ୍ଟ ଜରିଆରେ ପରିଣୀତି ରାଘବଙ୍କ ଫ୍ୟାନ୍ସ ମଧ୍ୟ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଖୁସି ପ୍ରକାଶ କରିଛନ୍ତି ।

କପିଲଙ୍କ ଶୋ’ ରେ ଦେଇଥିଲେ ହିଣ୍ଟ
ନିକଟରେ ପରୀଣିତୀ- ରାଘବ କପିଲ ଶର୍ମାଙ୍କ ଶୋ’ ‘ ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶର୍ମା ଶୋ’ ଜରିଆରେ ରାଘବ ପରୀଣିତୀଙ୍କ ପ୍ରେଗେନ୍ସିଙ୍କୁ ଦେଇଥିଲେ ହିଂଟ ।

ଶୋ’ ସମୟରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ାଙ୍କୁ କପିଲ ପ୍ୟାମିଲି ପ୍ଲାନିଂଙ୍କୁ ନେଇ ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ କ’ଣ ଆପଣଙ୍କ ଉପରେ ଫ୍ୟାମିଲି ପ୍ଲାନିଂର ପ୍ରେସର ଅଛି ।

ଯାହାର ଜବାବରେ ରାଘବ କହିଥିଲେ ଜଲଦି ଗୁଡ ନ୍ୟୁଜ ଆପଣଙ୍କୁ ଦବୁ । ଯାହା ପରେ ପରିଣୀତି ଆଶ୍ଚର୍ଯ୍ୟ ହୋଇ ରାଘବଙ୍କ ମୁହଁକୁ ଚାହିଁଥିଲେ । ଯାହା ପରେ ପରୀଣିତଙ୍କ ପ୍ରେଗେନ୍ସିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।