fbpx

ମହାରାଷ୍ଟ୍ର କଂଗ୍ରେସ ସଭାପତିଙ୍କ ପାଦ ଧୋଇଲେ ଦଳର କର୍ମୀ, ଭିଡିଓ ଶେୟାର କରି ଆକ୍ଷେପ କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ପୁଣି ଥରେ ବିବାଦ ମଧ୍ୟରେ ଘେରି ହୋଇଯାଇଛନ୍ତି । କୁହାଯାଉଛି ମହାରାଷ୍ଟ୍ରର ଅକୋଲା ଜିଲ୍ଲା ୱାଡେଗାଓଁ ଗସ୍ତ ସମୟରେ ନାନା ପଟୋଲେଙ୍କ ଗୋଡ଼ କାଦୁଅରେ ଫସି ଯାଇଥିଲା । ପରେ ଗାଡ଼ିରେ ବସି ସେ ତାଙ୍କର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୋଡ଼ ଧୋଇବା ପାଇଁ କହିଥିଲେ । ଏହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲା ହେବାରେ ଲାଗିଛି ।

ମହାରାଷ୍ଟ୍ରର ବିଜେପି ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ଲେଖିଛି, ‘କଂଗ୍ରେସ ସବୁବେଳେ ଲୋକଙ୍କୁ ନିଜ ପାଦ ଧୂଳି ଭାବି ଆସିଛି । ମହାରାଷ୍ଟ୍ର କଂଗ୍ରେସଙ୍କ ଗୋଡ଼ କାଦୁଅରେ ଫସି ଯିବାରୁ ସେ ଜଣେ କର୍ମକର୍ତ୍ତାଙ୍କୁ ଗୋଡ଼ ଧୋଇବା ପାଇଁ କହିଲେ । ଯଦି କଂଗ୍ରେସ ହାତରେ କ୍ଷମତା ଆସେ ତେବେ ଗରିବଙ୍କ ଏଭଳି ଅବସ୍ଥା ହେବ…ଏହି ଭିଡିଓ ଏହାର ପ୍ରମାଣ ।’

Get real time updates directly on you device, subscribe now.