fbpx

ପୁଣିଥରେ ଗୋଟିଏ ଟ୍ରାକରେ ସାମ୍ନା-ସାମ୍ନି ହେଲା ଦୁଇଟି ଟ୍ରେନ, ରେଲୱେ ଦେଲା ଏହି ସଫେଇ

ରାୟପୁର: ବାଲେଶ୍ୱରରେ ଘଟିଥିବା ଅଭାବନୀୟ ରେଳ ଦୁର୍ଘଟଣା ପରେ ଏବେ ଛତିଶଗଡ଼ର ବିଳାସପୁରରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମୁହାଁମୁହିଁ ହୋଇଛନ୍ତି । ଲୋକାଲ ଟ୍ରେନ ଯେଉଁ ଟ୍ରାକରେ ଆସୁଛି, ସେହି ଟ୍ରାକରେ ଅନ୍ୟ ଏକ ଟ୍ରେନ ତାର ସାମ୍ନା ପଟୁ ଆସୁଛି ।

ଏହି ମାମଲାରେ ବଡ଼ ଦୁର୍ଘଟଣା ହୋଇଥାଆନ୍ତା । ହେଲେ ସମୟ ଥାଉ ଥାଉ ଅଟକି ଗଲା । ଘଟଣାଟି ଦକ୍ଷିଣ ପୂର୍ବ ମଧ୍ୟ ରେଲୱେର ବିଳାସପୁର ଜୋନର ଅଟେ । ଗୋଟିଏ ରେଲୱେ ଟ୍ରାକରେ ଯାତ୍ରୀବାହୀ ଗାଡ଼ି ଏବଂ ମାଲବାହୀ ଗାଡ଼ି ରହିଥିଲା । ହେଲେ ବହୁ ଦୂରତା ମଝିରେ ହିଁ ଏହାକୁ ରୋକାଗଲା ।

ବର୍ତ୍ତମାନ ଏହି ଘଟଣାର ଭିଡିଓକୁ ନେଇ ରେଲୱେ ତରଫରୁ ସ୍ପଷ୍ଟିକରଣ ଜାରି କରାଯାଇଛି । ସୂଚନା ଅନୁଯାୟୀ, ଶନିବାର ସଂଧ୍ୟାରେ ବିଳାସପୁର ଜିଲ୍ଲାର ଜୟରାମନଗର ଏବଂ ଜାଂଜଗୀର-ଚାମ୍ପା ଜିଲ୍ଲାର କୋଟମିସୋନରଙ୍କ ମଧ୍ୟରେ ଦୁଇଟି ଟ୍ରେନ ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥିଲେ । ଦୁର୍ଘଟଣା ପୂର୍ବରୁ ଦୁଇଟି ଟ୍ରେନ ଅଟକି ଯାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ରେଲୱେ ପିଆରଓ ଅମ୍ବ୍ରିଶ ସାହୁ କହିଛନ୍ତି ଯେ, ‘ ଗୋଟିଏ ଲାଇନରେ ଏକ ରୁ ଅଧିକ ଗାଡ଼ିକୁ ସୁରକ୍ଷିତ ପରିଚାଳନା, ଗୋଟିଏ ସମୟରେ ସିଗନାଲର ଆଧାର ଉପରେ କରାଯାଉଛି । ରେଲୱେର ଭିନ୍ନ-ଭିନ୍ନ ଖଣ୍ଡର ଅଟୋମେଟିକଦ୍ ସିଗନାଲ ବ୍ଲକ ସେକ୍ସନରେ ଗାଡ଼ିଗୁଡିକର ପରିଚାଳନା ଏହି ନିୟମ ଅନୁସାରେ କରାଯାଉଛି ।

Get real time updates directly on you device, subscribe now.