fbpx

ବଦଳିଲା ରେଳ ଚାଳନାର ନିୟମ: ସାମୟିକ ଏକ୍ସପ୍ରେସ ବଦଳରେ ଗଡିବ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର: ସାମୟିକ ଏକ୍ସପ୍ରେସ ବଦଳରେ ଏବେ ଗଡିବ ପାସେଞ୍ଜର ଟ୍ରେନ୍ । ପରିସ୍ଥିତିର ସମୀକ୍ଷା ପରେ ନିଆଯାଇଛି ନିଷ୍ପତ୍ତି । ବିଶାଖାପାଟଣାରୁ ରାୟଗଡା , ପଲସା ଓ କରିଣ୍ଡୁଲକୁ ଗଡୁଥିଲା ୩ ସାମୟିକ ଏକ୍ସପ୍ରେସ । ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତି ନିଆଯାଇଛି ।

ବିଗତ ୨ ବର୍ଷ ହେବ ମହାମାରୀ କରୋନା ଯୋଗୁଁ ଅର୍ଥନୀତିଠାରୁ ଆରମ୍ଭ କରି ଗମନାଗମନ ସବୁକିଛି ବାଧାପ୍ରାପ୍ତ ହୋଇଛି । ତେଣୁ କୋଭିଡ-୧୯ କଟକଣା ପରେ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ଟ୍ରେନ ସେବାରେ ସମନ୍ୱୟକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ ହୋଇଛି । ପୂର୍ବତଟ ରେଳପଥ ପକ୍ଷରୁ ବିଶାଖାପାଟାଣାରୁ ରାୟଗଡା, ପଲାସା ଓ କରିଣ୍ଡୁଲକୁ ଚାଲୁଥିବା ୩ ଯୋଡା ସାମୟିକ ଏକ୍ସପ୍ରେସ ଗୁଡିକୁ ଅପସାରଣ କରାଯାଇଛି । ପରିସ୍ଥିତିର ସମୀକ୍ଷା ପରେ ଏହି ସାମୟିକ ଏକ୍ସପ୍ରେସ ପରିବର୍ତ୍ତେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ଜୁଲାଇ ୧୫ ତାରିଖରୁ (୦୮୫୦୪/୦୮୫୦୩)ପାସେଞ୍ଜର ସ୍ପେଶାଲ ଟ୍ରେନ ବିଶାଖାପାଟଣାରୁ ବିଶାଖାପାଟଣା- ରାୟଗଡା-ବିଶାଖାପାଟଣା ଚାଲିବ । ସେହିପରି ଜୁଲାଇ ୧୬ ରୁ ସାମୟିକ ଏକ୍ସପ୍ରେସ (୧୮୫୨୮ /୧୮୫୨୭) ପରିବର୍ତ୍ତେ ରାୟଗଡାରୁ ବିଶାଖାପାଟଣା–ରାୟଗଡା-ବିଶାଖାପାଟଣାକୁ ଏହି ପାସେଞ୍ଜର ସ୍ପେଶାଲ ଟ୍ରେନ ଚାଲିବ ।

Get real time updates directly on you device, subscribe now.