fbpx

‘ପତଞ୍ଜଳି ଟୁଥପେଷ୍ଟରେ ମିଶୁଛି ମାଛର ଅଂଶ’: ଅଭିଯୋଗ ପରେ ରାମଦେବ ବାବାଙ୍କୁ ନୋଟିସ ପଠାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶି ମିଶିଥିବା ଅଭିଯୋଗ ହୋଇଛି। ପତଞ୍ଜଳି ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି। ଏନେଇ ଆବେଦନ ପରେ ଦିଲ୍ଲୀ ହାଇକୋର୍ଟ ଆକ୍ସନ ମୁଡ୍କୁ ଆସିଛନ୍ତି। ତେବେ ବାବା ରାମଦେବ ଓ ପତଞ୍ଜଳିକୁ ନୋଟିସ୍ ଜାରି ହୋଇଛି।

ଅଭିଯୋଗ ମୁତାବକ, ଶାକାହାରୀ ବ୍ରାଣ୍ଡ ଭାବରେ ବଜାରରେ ବିକ୍ରି ହେଉଛି ପତଞ୍ଜଳି ପ୍ରଡକ୍ଟ। ତେବେ ଏହି ପତଞ୍ଜଳିର ଦିବ୍ୟା ଟୁଥପେଷ୍ଟ ତଥା ଦନ୍ତ ମଞ୍ଜନରେ ମାଛର ଅଂଶ ବା ଉପାଦାନ ରହିଛି ବୋଲି କୁହାଯାଉଛି। ବଜାରରେ ଏହି ଦିବ୍ୟ ଟୁଥପେଷ୍ଟକୁ ସବୁଜ ବିନ୍ଦୁ (ଗ୍ରୀନ୍ ଡଟ୍) ସହ ବିକ୍ରି କରାଯାଉଛି। ଯାହା ନିରାମିଷ ବୋଲି ଦର୍ଶାଉଛି। କିନ୍ତୁ ପତଞ୍ଜଳିର ଏହି ପ୍ରଡକ୍ଟରେ ମାଛର ଅଂଶ ମିଶିଥିବା ଆବେଦନକାରୀ ହାଇକୋର୍ଟରେ ଦାବି କରିଛନ୍ତି।

ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI), ପତଞ୍ଜଳି, ଦିବ୍ୟା ଫାର୍ମାସି, ଯୋଗଗୁରୁ ରାମଦେବ ଏବଂ ଅନ୍ୟ ସଂପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ କୌଣସି ଔଷଧକୁ ନିରାମିଷ କିମ୍ବା ଆମିଷ ବୋଲି ଘୋଷଣା କରିବାର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଦିବ୍ୟ ମଞ୍ଜନର ପ୍ୟାକେଜିଂରେ ଭୁଲ ଭାବରେ ଗ୍ରୀନ୍ ଡଟ୍କୁ ଦର୍ଶାଯାଇଛି। ଯାହା ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ଭୁଲ ଅଟେ।

Get real time updates directly on you device, subscribe now.