ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଘୋଷଣା ହେଲା ଫର୍ମ ପୂରଣ ତାରିଖ, ଏହି ଦିନ ରହିଛି ଲାଷ୍ଟ ଡେଟ୍

7 ତାରିଖରୁ ଆରମ୍ଭ ହେବ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଆବେଦନ । 17 ତାରିଖ ରହିଛି ଶେଷ ତାରିଖ ।

ଭୁବନେଶ୍ବର:ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମପୂରଣ ତାରିଖ ଘୋଷଣା କରାଯାଇଛି । ପ୍ରଥାମିକ ଓ ହାଇସ୍କୁଲ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା 7 ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା ।

ଏହି ଶ୍ରେଣୀର ଛାତ୍ରଛାତ୍ରୀ ହିଁ ଭାଗ ନେଇପାରିବେ- ଏହି ଆବେଦନର ସମୟସୀମା 7 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ 17 ତାରିଖ ଯାଏ ଚାଲିବ । ଏହି ପରୀକ୍ଷାରେ କେବଳ ଷଷ୍ଠ ଓ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ହିଁ ଭାଗ ନେଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

କିଭଳି କରିବେ ଆବେଦନ- ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ଆବେଦନ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ହେବ । ସେହିପରି ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଆବେଦନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ବାରା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ପରୀକ୍ଷା କିମ୍ବା ଆବେଦନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ତେବେ ପରୀକ୍ଷା କେବେ ହେବ ସେନେଇ କୌସି ତାରିଖ ଘୋଷଣା କରାଯାଇ ନଥିଲେ ହେଁ ଆବେଦନ ଶେଷ ହେବା ପରେ ତାରିଖ ଘୋଷଣା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।