fbpx

ଆଜିଠୁ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍, କୋଭିଡ୍ କଟକଣା ମଧ୍ୟରେ ପ୍ରବେଶ କରିବେ ସର୍ବସାଧାରଣ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜିଠୁ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାସ ସୂଚନା ଦେଇଛନ୍ତି ।

ପଠାଣିସାମନ୍ତ ପ୍ଲାନେଟାରିୟମ୍ ପ୍ରବେଶ ପଥରେ ଥର୍ମାଲ୍‌ ସ୍କାନିଂ ସହ ପରିଦର୍ଶନ ସମୟରେ ପର୍ଯ୍ୟଟକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ପ୍ଲାନେଟାରିୟମ୍ ଶନି ଓ ରବିବାର ବ୍ୟତୀତ ଅନ୍ୟସବୁ ଦିନ ଖୋଲା ରହିବ । ଏଥିରେ ପ୍ରବେଶ ପାଇଁ ସମସ୍ତ ବୟସ୍କମାନଙ୍କୁ ଅନ୍ତିମ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଖୋଲା ରହିବ ।

Get real time updates directly on you device, subscribe now.