ଚିନ୍ତାରେ ପାକିସ୍ତାନ, ଭାରତ ପାଇଁ ସହିଲା ୮୦୦ କୋଟି ଟଙ୍କାର କ୍ଷତି

ପାକିସ୍ତାନକୁ ବଡ଼ ଝଟକା। କୋଟି କୋଟି ଟଙ୍କା ରୋଜଗାର ଆଶାରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କଲା। ହେଲେ ତାର ସମ୍ପୂର୍ଣ୍ଣ ଓଲଟା ହେଲା। ୮୦୦ କୋଟି ଟଙ୍କାର କ୍ଷତି ସହିଲା ପାକିସ୍ତାନ।

ନୂଆଦିଲ୍ଲୀ: ପାକିସ୍ତାନକୁ ବଡ଼ ଝଟକା। ଏକାଥରେ ହେଲା ୮୦୦ କୋଟିର କ୍ଷତି। ତାହା ପୁଣି ଭାରତ ପାଇଁ। ତେଣୁ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ବହୁ ଆଶା କରି କୋଟି କୋଟି ଟଙ୍କା ଲାଭ ଆଶାରେ ଦୀର୍ଘ ୨୯ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା ପାକିସ୍ତାନ।

ହେଲେ ଲାଭ ହେବା ବଦଳରେ ୭୯୯ କୋଟି ଟଙ୍କାର କ୍ଷତି ସହିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ତେଣୁ ଏହାର ପ୍ରଭାବ ପାକିସ୍ତାନୀ ଖେଳାଳୀ ମାନଙ୍କ ଉପରେ ପଡିଛି। କ୍ଷତି ସହିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ କ୍ଷତିକୁ ପୂରଣ କରିବା ପାଇଁ ଘରୋଇ ଖେଳାଳିଙ୍କ ମ୍ୟାଚ୍ ଫି’ ବହୁ ପରିମାଣରେ ହ୍ରାସ କରିଛି।

କ୍ଷତି ସହିଲା ପାକିସ୍ତାନ: ହଁ ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି। କି ଅନେକ ଆଶା ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଦୀର୍ଘ ୨୯ ବର୍ଷ ପରେ ୨୦୨୫ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା।

ସ୍ୱପ୍ନ ଦେଖିଥିଲା କି ଏଥିରୁ କୋଟି କୋଟି ଟଙ୍କା ଲାଭ କରିବ। ସେଥିପାଇଁ ଦେଶର ୩ଟି ମୁଖ୍ୟ ଷ୍ଟାଡିୟମ ଲାହୋର, କରାଚୀ ଏବଂ ରାୱଲପିଣ୍ଡିର ଉନ୍ନତ୍ତିକରଣ ପାଇଁ ପାଖାପାଖି ୮୫୧ କୋଟି ଟଙ୍କା ବିନିଯୋଗ କରିଥିଲା। କିନ୍ତୁ ଶେଷରେ ୮୫  ପ୍ରତିଶତ କ୍ଷତି ସହିବାକୁ ପଡିଛି।

ପାକିସ୍ତାନକୁ ଝଟକା: ତେବେ PCB ଘରୋଇ ମ୍ୟାଚ୍ ଆୟୋଜନ କରିବା ପାଇଁ ପ୍ରାୟ ୮୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏହାସତ୍ତ୍ୱେ, କେବଳ ୫୨ କୋଟି ଟଙ୍କା ରୋଜଗାର କରିପାରିଛି। ଯାହା ଫଳରେ ପାକିସ୍ତାନକୁ ପ୍ରାୟ ୭୯୯  କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।

ଯେହେତୁ ଚାମ୍ପିୟନ୍ସ ଟ୍ରଫି ଚଳିତ ବର୍ଷ ପାକିସ୍ତାନ ଆୟୋଜନ କରିଥିଲା। ତେଣୁ ପାକିସ୍ତାନରେ ହିଁ ମ୍ୟାଚ୍ ଡହେବା ନେଇ ସ୍ଥିର ହୋଇଥିଲା। ଯାହା ଫଳରେ ମ୍ୟାଚ୍ ହୋଇଥିଲେ ପାକିସ୍ତାନ କୋଟି କୋଟି ଟଙ୍କା ଲାଭ କରିଥାନ୍ତା। ହେଲେ ତାର ସମ୍ପୂର୍ଣ୍ଣ ଓଲଟା ଘଟଣା ଦେଖିବାକୁ ମିଳିଲା।

କାରଣ ପାକିସ୍ତାନକୁ ମ୍ୟାଚ୍ ଖେଳିବାକୁ ଗଲାନାହିଁ ଭାରତ। ଗ୍ରୁପ ପର୍ଯ୍ୟାୟର ସମସ୍ତ ୪ଟି ମ୍ୟାଚ୍, ସେମିଫାଇନାଲ ମ୍ୟାଚ୍, ଏପରିକି ଫାଇନାଲ ମ୍ୟାଚ୍ ବି ଭାରତ ଦୁବାଇରେ ଖେଳିଥିଲା। ଯାହାଫଳରେ ପାକିସ୍ତାନରେ କୋଟି କୋଟି ଟଙ୍କା କ୍ଷତି ହେଲା।

ପାକିସ୍ତାନର ଦୟନୀୟ ପରିସ୍ଥିତି: ସୂଚନାନୂସାରେ, ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିଥିଲା ସତ କିନ୍ତୁ, ପାକିସ୍ତାନ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଏତି ଦୟନୀୟ ପରିସ୍ଥିତି ଦେଇ ଗତି କରିଥିଲା। ଘରୋଇ ମାଟିରେ ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ପାକିସ୍ତାନ କ୍ରିକେଟ୍ ଦଳ ଟୁର୍ଣ୍ଣାମେଣ୍ଟରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା।

ଦଳ କେବଳ ୫ ଦିନ ମଧ୍ୟରେ କୌଣସି ମ୍ୟାଚ୍ ଜିତି ନପାରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା। ଦଳ ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ବଢ଼ିପାରିଲା ନାହିଁ। ତେଣୁ ପାକିସ୍ତାନ ଟିମ୍ ର ଖରାପ ପ୍ରଦର୍ଶନ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏତେ ଟଙ୍କାର କ୍ଷତି ସହିବାକୁ ପଡିଲା। ତେଣୁ କ୍ଷତି ଭରଣା ପାଇଁ କ୍ରିକେଟରଙ୍କ ମ୍ୟାଚ୍ ଫି’ କୁ ମଧ୍ୟ ବହୁ ପରିମାଣରେ ହ୍ରାସ କରିଦେଲା।