ଭୁବନେଶ୍ବର: ଆବାସ ଯୋଜନା ପାଇଁ ନୂଆ ଗାଇଡଲାଇନ୍ ଆସିବା ନେଇ ଘୋଷଣା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ବର୍ତ୍ତମାନେ ଏହା ଆଉ ହେବ ନାହିଁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଲୋକେ ନିଜେ ନିଜର ସର୍ଭେ କରିବେ । ଆପରେ ନିଜ ନିଜର ତଥ୍ୟ ଭରିବା ସହିତ ପୁରୁଣା ଘରର ଫଟୋ ଉଠାଇ ଅପଲୋଡ କରିବାକୁ ହେବ । ଆବାସ ପ୍ଲସ ପୋର୍ଟାଲ ଜରିଆରେ ଏହି ସବୁ କାର୍ଯ୍ୟ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ନେଇ ମନ୍ତ୍ରୀ ରବି ନାୟକ କହିଛନ୍ତି ।
ଏହି ଯୋଜନା ଅଧିନରେ ଯେଭଳି କୌଣସି ହିତାଧିକାରୀ ବାଦ୍ ପଡିବେ ନାହିଁ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବ । କେହି ଯୋଗ୍ୟ ହିତାଧିକାରୀଙ୍କୁ ହିଁ ଘର ଦିଆଯିବ । ଏନେଇ ପ୍ରତି ଗାଁରେ ଡିସେମ୍ବର ମାସରେ କ୍ୟାମ୍ପ କରାଯିବ । ତେବେ ଆବେଦନ କରିବାର 2 ମାସ ଭିତରେ ସର୍ଭେ କରାଯିବ । ଏହି ଯୋଜନାରେ କୌଣସି ରାଜନୈତିକ କନ୍ଦଳ ପଶିବ ନାହିଁ । ଏହି ସର୍ଭେ କୌଣସି କର୍ମଚାରୀ ଦ୍ବାରା ହେବ ନାହିଁ ବରଂ ନିଜେ ନିଜର ସର୍ଭେ କରିବେ । ପୂର୍ବରୁ ଆବାସ ଘର ପାଇଁ ଯେଉଁ ନିୟମ ଥିଲା ସେଥିରେ ଆଂଶିକ ପରିବର୍ତ୍ତନ ହୋଇଛି । ପୂର୍ବରୁ ବାଇକ୍, ଫ୍ରିଜ ଥିଲେ ଆବାସ ମିଳୁନଥିଲା କିନ୍ତୁ ଏଥିରେ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି । ମାସିକ ଆୟ ସୀମା 10 ହଜାର ରହିଥିଲା , ଏହାକୁ 15 ହଜାର କରାଯାଇଛି ।