fbpx

କମିଲା ଜନତାଙ୍କ Electricity Bill: ଆଉ ଦେବାକୁ ପଡ଼ିବନି ମାସିକ ଶଳ୍କ- ସରକାରଙ୍କ ବଡ଼ ଘୋଷଣା…

Advertisement

ନୂଆଦିଲ୍ଲୀ: ବିଜୁଳି ବିଲକୁ ନେଇ ବଡ଼ ଘୋଷଣା କରିଛନ୍ତି ସରକାର । ଆସନ୍ତା ମାସ ଅର୍ଥାତ୍ ଜୁଲାଇରୁ ସାଦାରଣ ଜନତାଙ୍କ ପାଇଁ କମିବ ବିଜୁଳି ବିଲ୍ । ବିଜୁଳି ବିଲରୁ ମାସିକ ଶୁଳ୍କ ହଟାଇବା ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।ଏଣିକି ଉପଭୋକ୍ତାଙ୍କୁ ବିଜୁଳି ବାବଦକୁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ବିଜୁଳି ଉପଭୋକ୍ତାଙ୍କ ପାଇଁ ମାସିକ ଶୁଳ୍କ ବାଦ୍ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ବର୍ତ୍ତମାନ ରାଜ୍ୟବାସୀଙ୍କ ପାଇଁ ଖୁସିର ବିଷୟ ପାଲଟିଛି । ହରିୟାଣା ସରକାରଙ୍କ ଏହି ଘୋଷଣା ପରେ ଆସନ୍ତା ଜୁଲାଇ ମାସରୁ ଏହି ନିୟମ ଲାଗୁ କରିପାରନ୍ତି ।

ହରିୟାଣା ସରକାର ବିଜୁଳି ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଖୁସି ଖବର ଶୁଣାଇଛନ୍ତି । ରାଜ୍ୟର ଯେଉଁ ଘରମାନଙ୍କରେ ୨ କିଲୋୱାଟ ପର୍ଯ୍ୟନ୍ତ ମିଟର ଲଗା ଯାଇଛି, ସେମାନଙ୍କୁ କେବଳ ଖର୍ଚ୍ଚ ହୋଇଥିବା ୟୁନିଟର ବିଜୁଳି ବିଲ ହିଁ ଦେବାକୁ ପଡ଼ିବ । ସରକାରଙ୍କର ଏହି ଘୋଷଣାରେ ପ୍ରାୟ ସାଢେ ୯ ଲକ୍ଷ ଉପଭୋକ୍ତା ଲାଭବାନ ହେବେ । ବର୍ତ୍ତମାନ ପର୍ଯ୍ୟନ୍ତ କିଲୋୱାଟ ପିଛା ୧୧୫ ଟଙ୍କା ମାସିକ ଶଳ୍କ ବିଜୁଳି ବିଭାଗକୁ ଦେଉଥିଲେ ଉପଭୋକ୍ତା । ଖର୍ଚ୍ଚ ହେଉଥିବା ୟୁନିଟ ସହ ଏହି ମାସିକ ଶୁଳ୍କ ମିଶି ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ବିଜୁଳି ବିଲ୍ ଆସୁଥିଲା । ତେଣୁ ହରିୟାଣା ସରକାର ବଜେଟରେ ଏହି ମାସିକ ଶୁଳ୍କ ହଟାଇବା ପାଇଁ ଘୋଷଣା କରିଛନ୍ତି ।

ନିଗମର ଅଧିକାରୀ କହିଛନ୍ତି ଯେ, ଆସନ୍ତା ମାସରୁ ବିଲ୍ ସହିତ ମାସିକ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହି ନିଷ୍ପତ୍ତିରେ ରାଜ୍ୟର ଗରିବ ପରିବାର ମାନଙ୍କୁ ପ୍ରାୟ ୧୮୦ କୋଟି ଟଙ୍କାର ଫାଇଦା ମିଳିପାରିବ । ଆଗାମୀ ବିଲିଙ୍ଗ ଚକ୍ରରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ । ଉପଭୋକ୍ତାମାନଙ୍କୁ ସେମାନଙ୍କ ବିଜୁଳି ବିଲ୍ ରେ ସର୍ବନିମ୍ନ ୨%ରୁ ସର୍ବାଧିକ ୯୧%(୫-୧୯୦ଟଙ୍କା) ପର୍ଯ୍ୟନ୍ତ ଫାଇଦା ମିଳିପାରିବ । ତେବେ ଉପଭୋକ୍ତାଙ୍କୁ କେବଳ ସେମାନେ ଖର୍ଚ୍ଚ କରିଥିବା ବିଜୁଳି ୟୁନିଟ ପାଇଁ ଟଙ୍କା ଦେବେ ।

ଉଦାହରଣ ସ୍ୱରୂପ, ପୂର୍ବରୁ ଯଦି ୧ କିଲୋୱାଟ ଭାର ଥିବା ପରିବାର ଗୋଟିଏ ମାସରେ ୩୦ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି, ତେବେ ବିଲ୍ ୧୯୭.୫ ଟଙ୍କା ହୋଇଥାନ୍ତା । ମାସିକ ଶୁଳ୍କ ଛାଡ ହେତୁ ବର୍ତ୍ତମାନ ବିଲ୍ ମାତ୍ର ୮୨.୫୦ ଟଙ୍କା ହେବ। ସେହିଭଳି, ୨ କିଲୋୱାଟ ଭାର ଥିବା ଗ୍ରାହକଙ୍କୁ ଏକ ମାସରେ ୩୦ ୟୁନିଟ୍ ଖାଇବା ପାଇଁ ୩୧୨.୫ ଟଙ୍କା ଦେବାକୁ ପଡୁଥିଲା, କାରଣ କିଲୋୱାଟ ଭାର ପ୍ରତି ମାସିକ ଚାର୍ଜ ୧୧୫ ଟଙ୍କା ଥିଲା । ନୂତନ ବିଲିଂ ଚକ୍ର ଅଧୀନରେ ଏହି ବିଲ୍ ୮୨.୫୦ ଟଙ୍କାକୁ ହ୍ରାସ ପାଇବ, କାରଣ ୟୁନିଟ୍ ଚାର୍ଜ ୨.୭୫ ଟଙ୍କା ଏବଂ ମାସିକ ଶୁଳ୍କ ରହିବ ନାହିଁ ।

Get real time updates directly on you device, subscribe now.