fbpx

ମୋବାଇଲର ଅଭ୍ୟାସ ନେଇଯିବ ଆପଣଙ୍କ ଜୀବନ: ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି Video

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ କାହା ପାଖରେ ବା ମୋବାଇଲ ଫୋନଟିଏ ନାହିଁ । ଛୋଟରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ନିଶାରେ ବାୟା ହେଉଛନ୍ତି । ଲୋକମାନେ ଆଜିକାଲି ନିଜର ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି । ମୋବାଇଲ ଆଜିକାଲି ଜୀବନର ଏକ ଅଭିନ୍ନ ଅଙ୍ଗ ଭାବରେ ପରିଗଣିତ ହେବାରେ ଲାଗିଛି ।

କାମ କରୁଥିବା ଲୋକଙ୍କ ପାଇଁ ତ ମୋବାଇଲ ବହୁତ ଜରୁରୀ, କିନ୍ତୁ ମୋବାଇଲର ଅଭ୍ୟାସ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି । କାହିଁକି ନା କିଛି ସମୟ ହେବ ଲୋକମାନେ ମୋବାଇଲ ସହ ଜଡ଼ିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମୋବାଇଲର ବ୍ୟବହାର ଏବେ ଲୋକମାନେ ଆବଶ୍ୟକତାଠାରୁ ଅଧିକ କରିବାରେ ଲାଗିଛନ୍ତି । ଏହାର ଭୟଙ୍କର ପରିଣାମ ଏବେ ଏକ ଭାଇରାଲ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ଜଣେ ଯୁବକ ରାସ୍ତାରେ ମୋବାଇଲ ଦେଖି ଦେଖି ଯାଉ ଥିବାର ଦେଖିବାକୁ ମିଳୁଛି । ଯୁବକ ଜଣଙ୍କର ସମ୍ପୂର୍ଣ୍ଣ ଧ୍ୟାନ ମୋବାଇଲରେ ଥିଲା । ରାସ୍ତାକୁ ନ ଅନାଁଇ ଯାଉଥିବା ବେଳେ ସେ ପାଣି ଭରା ଏକ କୁଣ୍ଡରେ ଗଳିପଡ଼ିଥିଲେ । ଆସନ୍ତୁ ଦେଖିବା ଏହି ଭାଇରାଲ ଭିଡିଓ…

Get real time updates directly on you device, subscribe now.