fbpx

ସାଧାରଣ ଲୋକଙ୍କୁ ଶକ୍ତ ଝଟକା! ୭ରୁ ୮ ଟଙ୍କା ବଢ଼ିପାରେ ପେଟ୍ରୋଲ ରେଟ୍

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ବିବାଦ ଦିନୁକ ଦିନ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ସେୟାର ବଜାର ସହିତ ତୈଳ ଦରରେ ବି ପଡୁଛି । ଫଳରେ ପେଟ୍ରୋଲ/ଡିଜେଲ ଦର ୭ରୁ ୮ ଟଙ୍କା ବଢ଼ିବାର ଆଶଙ୍କା ରହିଛି । ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବାର ଆଶଙ୍କା ରହିଛି । ବିବାଦ ଯୋଗୁଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାର ନିକଟତର ହେବାରେ ଲାଗିଛି । ଅଶୋଧିତ ତୈଳ ୧ ଡଲାର ବଢ଼ିଲେ, ଲିଟର ପିଛା ୭୦/୮୦ ପଇସା ବଢ଼ିବ । ୱେଷ୍ଟର୍ଣ୍ଣ ରୁଟ୍ ଦେଇ ଋଷିଆରୁ ଭାରତକୁ ତୈଳ ଆସିବା ସମ୍ଭାବନା କ୍ଷୀଣ ରହିଛି ।

ଅନ୍ୟପଟେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଆଶଙ୍କା ବଢ଼ୁଛି । ୟୁକ୍ରେନଠାରୁ ମାତ୍ର ୨୦ କିମି ଦୂରରେ ଅଛନ୍ତି ରୁଷିଆ ସେନା । ଏକ ସାଟେଲାଇଟ୍ ଦ୍ୱାରା ସଂଗୃହିତ ଇମେଜରୁ ଏନେଇ ସ୍ପଷ୍ଟ ହୋଇଛି । ରୁଷିଆର ପଶ୍ଚିମ ଓ ଦକ୍ଷିଣ ବେଲୠଷ ପଟୁ ସେନା ୟୁକ୍ରେନର ନିକଟତର ହେବାରେ ଲାଗିଛି । ଦେଶ ବାହାରେ ସେନାବାହିନୀ ମୁତୟନ ପାଇଁ ରୁଷିଆ ସଂସଦ ଅନୁମତି ଦେଇଛି । କାଲି ରୁଷ ସଂସଦ ରାଷ୍ଟ୍ରପତି ପୁଟିନଙ୍କୁ ଅନୁମତି ଦେଇସାରିଛି । ବିଶ୍ୱର ପ୍ରମୁଖ ରାଷ୍ଟ୍ରର କଟକଣା ସତ୍ତେ୍ୱ ରୁଷିଆ ଆଗକୁ ବଢ଼ୁଛି ।

Get real time updates directly on you device, subscribe now.