fbpx

ପୁରୀ ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ପୁରୀ(ଓଡ଼ିଶା ଭାସ୍କର): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୋଇଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ସାରା ଓଡ଼ିଶା । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି । ପୁରୀ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ବିଭିନ୍ନ ଖବର କାଗଜ ସହ ସଂଶ୍ଲିଷ୍ଟ ଥିଲେ ଅଶୋକ ପଣ୍ଡା । ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ପୁରୀ ଯାତ୍ରା ତାଙ୍କ ପାଇଁ ଶେଷ ଯାତଆ ହୋଇଛି । ପୋଲିସ ଏସମ୍ପର୍କରେ ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.