fbpx

(ଦେଖନ୍ତୁ Video)ଫଟୋଗ୍ରାଫର ହତ୍ୟା ମାମଲା: ଆଶ୍ରମରେ ମିଳିଲା ରକ୍ତଛିଟା, ହତ୍ୟା ପଛରେ ରହିଛି ବ୍ଲୁ ଫିଲ୍ମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ଭୁବନେଶ୍ୱର ସ୍ଥିତ ‘ଦୟାଲ ଆଶ୍ରମ’ରେ ରକ୍ତଛିଟା ମିଳିଛି । ଆଶ୍ରମରେ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଆଶ୍ରମର ଏକ ଖଟରେ ରକ୍ତର ଛିଟା ଲାଗିଥିବା ଦେଖିବାକୁ ମିଳିଛି । ଖଟରେ ଲାଗିଥିବା ରକ୍ତଛିଟାକୁ ପୋଛା ଯାଇଥିବା ଜଣାପଡିଛି । ପୋଲିସ ଦତନ୍ତ ପାଇଁ ଆସିଥିଲା ବୋଲି କେୟାର ଟେକର କହିଛି । ଆଶ୍ରମରେ ଫିଲ୍ମ ସୁଟିଂ ହେଉଥିବା ସେ ନିଜ ବୟାନରେ କହିଛନ୍ତି । ଏହି ବୃଦ୍ଧାଶ୍ରମର ମାଲିକାଣୀ ହେଉଛନ୍ତି ଶର୍ମିଷ୍ଠା ରାଉତ । ଶର୍ମିଷ୍ଠା ହୋଉଛନ୍ତି ୱେବ ପୋର୍ଟାଲ ‘ସମ୍ପୂର୍ଣ୍ଣ’ର ମାଲିକାଣୀ । ମାସେ ହେଲା ମାଲିକାଣୀ ଆସିନଥିବା କେୟାର ଟେକର କହିଛନ୍ତି ।

ତେବେ ମୃତଦେହ ଖୋଳି ବାହାର କରିବା ପରେ ହତ୍ୟାକାଣ୍ଡର ଭୟଙ୍କର ବ୍ଲୁ-ପ୍ରିଂଟ ସଂପର୍କରେ ଜାଣିପାରିଛି ପୋଲିସ । ହତ୍ୟାକାଣ୍ଡର ରିକ୍ରିଏଟ୍ କରି ଖୋଳତାଡ଼ ଆରମ୍ଭ ହୋଇଛି । ଫେବ୍ରୁଆରୀ ୭ ତାରିଖରେ ଏକ ବିବାହ ଉତ୍ସବରେ ଫଟୋ ଉଠାଇବା ପାଇଁ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ । ହେଲେ ଚାନ୍ଦବାଲି ନାଲଗୁଣ୍ଡାର ପଳାଶପୁର ଛକରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଭୁବନେଶ୍ୱରରେ ହତ୍ୟା କରି ରଣପୁର ଥାନା ବଧିପାଟଣା ନିକଟ ପାହାଡ ପାଖରେ ମାଟିତଳେ ପୋତି ଦେଇଥିଲେ ଅଭିଯୁକ୍ତ । ମାନସଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଘଟଣାର ଛାନଭିନ କରିଥିଲା ଚାନ୍ଦବାଲି ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାଟିଖୋଳି ଶବକୁ ଉଦ୍ଧାର କରିଛି ପୋଲିସ । ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କେମିତି ସେମାନେ ଅପହରଣ କଲେ ଓ ହତ୍ୟା କରି ଶବକୁ ପୋତିଦେଲେ ତାର ଡେମୋ ଦେଖାଇଛନ୍ତି ।

Get real time updates directly on you device, subscribe now.