ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଅଲଗା ଅଲଗା ପଦର ଲିଖିତ ପରୀକ୍ଷା ତାରିଖ ପୂର୍ବରୁ ଘୋଷଣା କରାଯାଇଥିଲା । କେଉଁ ତାରିଖରେ କେଉଁ ପରୀକ୍ଷା ଅନୁଷ୍ଠିତ ହେବ, ସେନେଇ ଓଏସଏସସି ତରଫରୁ ପରୀକ୍ଷା ପ୍ରୋଗ୍ରାମ ମଧ୍ୟ ଜାରି କରାଯାଇଥିଲା । ଡିସେମ୍ବର ୧୧ ତାରିଖ ଠାରୁ ଓଏସଏସସିର ଅଫିସିଆଲ ୱେବସାଇଟରେ ଆଡମିଟ କାର୍ଡ ଜାରି କରାଯାଇଥିଲା । ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଆବେଦନ କରିଥିବା ପଦ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ ।
ଆଜି ଅର୍ଥାତ ଡିସେମ୍ବର ୧୭ ତାରିଖ ୩ଟାରୁ ୪.୩୦ ପର୍ଯ୍ୟନ୍ତ ଫିଜିଓଥେରାପିଷ୍ଟ ପଦର ଲିଖିତ ପରୀକ୍ଷା ଆରମ୍ଭ ହୋଇଛି । ୧୯ ତାରିଖ ୩ଟାରୁ ୪.୩୦ ପର୍ଯ୍ୟନ୍ତ ଡେଣ୍ଟାଲ ଟେକ୍ନିସିଆନ ଓ ଅପରେସନ ଥିଏଟର ଟେକ୍ନିସିଆନ ପଦ ପାଇଁ ଲିଖିତ ପରୀକ୍ଷା ହେବ । ୨୦ ତାରିଖ ୩ଟାରୁ ୪.୩୦ ପର୍ଯ୍ୟନ୍ତ ମେଡିକାଲ ସୋସିଆଲ ୱାର୍କର ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ୨୧ ତାରିଖ ୧୨.ଟାରୁ ୧.୩୦ ପର୍ଯ୍ୟନ୍ତ ସିଏସଏସଡି ଟେକ୍ନିସିଆନ ଆଣ୍ଡ ସିଏସଏସଡି ଆସିଷ୍ଟାଣ୍ଟ ପରୀକ୍ଷା ଓ ୩ଟାରୁ ୪.୩୦ ପର୍ଯ୍ୟନ୍ତ ଡାର୍କ ରୁମ ଆସିଷ୍ଟାଣ୍ଟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସମସ୍ତ ପଦର ଟେକ୍ନିକାଲ ପେପର ପାଇଁ ପ୍ରାର୍ଥୀମାନେ ୧୦୦ଟି ପ୍ରଶ୍ନର ଉତ୍ତର ଦେବେ ଓ ତାହା ୨୦୦ ମାର୍କ ରହିବ ।