fbpx

ପାହାଡ଼ ତଳକୁ ଖସି ଜଳିଗଲା ତୀର୍ଥଯାତ୍ରୀ ବସ, ୪୫ ମୃତ, ଜଣେ ଗୁରୁତର

ଓଡ଼ିଶା ଭାସ୍କର: ଦକ୍ଷିଣ ଆଫ୍ରିକାରେ ବଡ଼ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଗୁରୁବାର ଉତ୍ତର ଲିମ୍ପୋପୋ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ Easter ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ମମତଲାକଲା ପାହାଡ଼ି ଅଞ୍ଚଳ ନିକଟରେ ଭାରସାମ୍ୟ ହରାଇଥିଲା । ଫଳରେ ବସଟି ୫୦ ମିଟର ତଳକୁ ଖସି ପଡ଼ିଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା । ଏହି ବସରେ ମୋଟ୍ ୪୬ ଜଣ ତୀର୍ଥଯାତ୍ରୀ ଥିଲେ । ଘଟଣାସ୍ଥଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଥିବା ପ୍ରକାଶ । ସେ ହେଉଛନ୍ତି ୮ ବର୍ଷର ଜଣେ ନାବାଳିକା । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅଧିକାରିକ ସୂତ୍ରରୁ ପ୍ରକାଶ ଯେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ତୀର୍ଥଯାତ୍ରୀ ବସଟି ପଡ଼ୋଶୀ ବୋତ୍ସୱାନାରୁ ମୋରିୟା ଶହର ଯାଉଥିଲା ଯାହାକି ଏକ ଲୋକପ୍ରିୟ Easter ତୀର୍ଥସ୍ଥଳୀ । ଦକ୍ଷିଣ ଆଫ୍ରିକାର ପରିବହନ ମନ୍ତ୍ରୀ Sindisiwe Chikunga ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହି କଠୋର ସମୟରେ ଆମ ପ୍ରାର୍ଥନା ଆପଣଙ୍କ ସହ ରହିଛି । ଏହା ସହ ଇଷ୍ଟର ସପ୍ତାହରେ ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଏକ ବିବୃତ୍ତିରେ କହିଥିଲେ ।

Get real time updates directly on you device, subscribe now.