ଖଲ୍ଲିକୋଟ: ସକାଳୁ ସକାଳୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏକ ତୀର୍ଥଯାତ୍ରୀ ବସ୍ ଜୋରରେ ଧକ୍କା ଦେଇଛି ଟ୍ରକ୍ର ପଛକୁ । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଅଛନ୍ତି। ଏମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବଜ, ୧୬ନଂ ଜାତୀୟ ରାଜପଥ ସୁବଳୟା ଛକରେ ଏହି ଦୁର୍ଘଟଣା ଘଟିଛି। ଏହି ତୀର୍ଥଯାତ୍ରୀ ବସ୍ରେ ୨୦ ଜଣ ପର୍ଯ୍ୟଟକ ଥିବା କଥା ଜଣାପଡ଼ିଛି। ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବସ୍ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।