fbpx
BSKY
BJD MC SKY
BJD YOUTH SKY

ପିିପିଲି ଜନାଦେଶ: ୧୩ ନମ୍ବର ରାଉଣ୍ଡ ସୁଦ୍ଧା ୧୪ ହଜାର ଭୋଟରେ ଆଗୁଆ ବିଜେଡି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନରେ ଭୋଟ ଗଣତି ଜାରି ରହିଥିବା ବେଳେ ଆଗୁଆ ରହିଛନ୍ତି ବିଜେଡିର ରୁଦ୍ର ପ୍ରସାଦ ମହାରଥୀ । ଆରମ୍ଭରୁ ଅଗ୍ରଣୀ ବଜାୟ ରଖିଥିବା ରୁଦ୍ର ୧୩ ନମ୍ବର ରାଉଣ୍ଡ ଭୋଟ ଗଣତି ସୁଦ୍ଧା ୧୪ ହଜାର ୨୧୨ ଭୋଟରେ ଆଗୁଆ ରହିଛନ୍ତି । ୧୩ ତମ ରାଉଣ୍ଡରେ ବିଜେଡିକୁ ୩୭୮୬ ଭୋଟ ମିଳିଥିବା ବେଳେ ବିଜେପିକୁ ୨୯୯୩ ଏବଂ କଂଗ୍ରେସକୁ ୭୭ଟି ଭୋଟ ମିଳିଛି ।
୧୩ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡିର ରୁଦ୍ର ପ୍ରସାଦ ମହାରଥୀ ୫୦୮୮୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ ୩୬୬୬୮ ଖଣ୍ଡ ଏବଂ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୨୭୮୨ ଖଣ୍ଡ ଭୋଟ ମିଳିଛି । ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ଭୋଟ ଗଣତି ହେଉଛି । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି  । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି  । ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି  । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି  । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି  । ମୋଟ ଉପରେ ୧ ଲକ୍ଷ ୭୯ ହଜାର  ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉକôଣ୍ଠା ଲାଗିରହିଛି

Get real time updates directly on you device, subscribe now.