ପିପିଲି ୧୪ ।୪ (ଓଡିଶା ଭାସ୍କର) : ଆଉ ଦୁଇ ଦିନ ପରେ ହୋଇଥାନ୍ତା ପିପିଲି ଉପନିର୍ବାଚନ । ରାଜ୍ୟର ତିନି ଦଳରୁ ନିିର୍ବାଚନ ପାଇଁ ବଛାବଛା ପ୍ରର୍ଥୀ ଚୟନ କରାଯାଇଥିଲା । ବିଜେପିରୁ ଆଶ୍ରିତ ପଟ୍ଟନାୟକ, ବିଜେଡିରୁ ରୁଦ୍ର ପ୍ରତାପ ଏବଂ କଂଗ୍ରେସରୁ ଅଜିତ ମଙ୍ଗରାଜ ନିିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ କରିଥିଲେ । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ହୋଇ ମେ’ ୨ ତାରିଖରେ ଫଳାଫଳ ଘୋଷଣା ହୋଇଥାନ୍ତା । ନିର୍ବାଚନ ଆରମ୍ଭ ହେବା ଆଗରୁ ଆଜି ଅପରାହ୍ନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ନିଧନ ହୋଇଯାଇଛି । ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ସୂଚନା ଅନୁସାରେ ଏପ୍ରିଲ ୭ ତାରିଖରେ ନିର୍ବାଚନୀ ପ୍ରଚାର ପାଇଁ ବାହାରିଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପ୍ରଲି ୧୦ ତାରିଖରେ ତାଙ୍କୁ କରୋନା ପଜିଟିଭ ନେଇ ନିଜେ ଫେସବୁକ୍ ରେ ସୂୂଚନା ଦେଇଥିଲେ । ଏହାସହ ତାଙ୍କ ସମ୍ପର୍କରେ ଆସିିଥିବା ଲୋକମାନଙ୍କୁ କୋଭିଡ୍ ଟେଷ୍ଟ କରିବା ସହିତ ସଙ୍ଗରୋଧରେ ରହିବା ପାଇଁ କହିଥିଲେ । ତାଙ୍କର ନିଧନ ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ଏବେ ସସମସ୍ତଙ୍କ ନଜର ରହିଛି । ସେପଟେ ପିପିଲି ଉପନିର୍ବାଚନର ଭବିଷ୍ୟତ କଣ ହେବ ତାହା ଦେଖିବାକୁ ବାକି ରହିଲା ।