fbpx

ବିହାରରେ ଆରମ୍ଭ ହେଲା ପିକେ ଯୁଗ, ପ୍ରଶାନ୍ତ କିଶୋର କଲେ ନୂଆ ଦଳର ଘୋଷଣା

ପଟନା: ମହାତ୍ମା ଗାନ୍ଧୀଙ୍କ ଜୟନ୍ତି ଅବସରରେ ବିହାରର ରାଜଧାନୀରେ ଏକ ନୂଆ ରାଜନୈତିକ ଦଳର ପ୍ରବେଶ ହୋଇଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ବିହାରରେ ନିଜ ଦଳ ଜନ ସୂରାଜର ଘୋଷଣା କରିଛନ୍ତି। ଆଜିଠାରୁ ପ୍ରଶାନ୍ତ କିଶୋର ସଂପୂର୍ଣ୍ଣ ଭାବେ ନେତା ହୋଇଯାଇଛନ୍ତି। ତାଙ୍କ ପାଖରେ ବର୍ତ୍ତମାନ ଏକ ରାଜନୈତିକ ଦଳ ରହିଛି। ସେହିପରି ଆଜି ଜନ ସୂରାଜ ଦଳର ରୂପରେଖା ବିଷୟରେ ଅନେକ ନିଷ୍ପତ୍ତି ନିଆଯାଇଛି। ଦଳର ଅଧ୍ୟକ୍ଷ କିଏ ହେବ, କେତେ ଦିନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାଳ ରହିବ, ଦଳର କଣ ରଣନୀତି ହେବ, କିଏ କେଉଁ ଦାୟିତ୍ୱ ସମ୍ଭାଳିବ? ଆଜି ପ୍ରଶାନ୍ତ କିଶୋର ଏହି ସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବେ।

ପାଟଣାର ବେଟରନରୀ ଗ୍ରାଉଣ୍ଡରେ ପ୍ରଶାନ୍ତ କିଶୋର ନିଜ ଦଳ ଜନ ସୂରାଜର ଔପଚାରିକ ଘୋଷଣା କରିଛନ୍ତି। ପିକେ ନିଜ ଶେଖପୁରା ଘରୁ ପଦଯାତ୍ରା କରି ବେଟରନରୀ ଗ୍ରାଉଣ୍ଡ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହ ବହୁ ସଂଖ୍ୟାରେ ସମର୍ଥକ ମଦ୍ୟ ଥିଲେ। ଜନସଭାକୁ ସମ୍ବୋଧିତ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ଜୟ ବିହାର ଏତେ ଜୋରରେ କହିବାକୁ ପଡିବ, ଯେମିତି କିଏ ଆପଣଙ୍କୁ ଏବଂ ଆପଣଙ୍କ ପିଲାଙ୍କୁ ବିହାରୀ କହି ପାରିବ ଏବଂ ଏହା ଏକ ଗାଳି ପରି ଯେମିତି ଲାଗିବ। ଆପଣଙ୍କ ସ୍ୱର ଦିଲ୍ଲୀ ଏବଂ କୋଲକାତା ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ, ଯେଉଁଠାରେ ବିହାରୀ ପିଲାଙ୍କ ସହ ଅସଦାଚରଣ କରାଯାଇଛି ଏବଂ ସେମାନଙ୍କୁ ପିଟା ଯାଇଛି।

Get real time updates directly on you device, subscribe now.