fbpx
BJD SKY
BJD SKY

ଅମୃତ ଉଦ୍ୟାନ୍ ଯିବା ପାଇଁ ପ୍ଲାନ୍ କରୁଛନ୍ତି କି ? DMRC ଜାରି କଲା ମାଗଣା ଶଟଲ ସେବା

BJD

ନୂଅ।ଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପିଦୀ ମୁର୍ମୁ ଗୁରୁବାର ଅମୃତ ଉଦ୍ୟାନରେ ‘ଉଦ୍ୟାଦ୍ ଉତ୍ସବ ୨୦୨୪’ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଫେବୃଆରୀ ୨ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ଅମୃତ ଉଦ୍ୟାନ୍ । ତେବେ ‘ଉଦ୍ୟାନ୍ ଉତ୍ସବ ୨୦୨୪’କୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ ନିଗମ(DMRC) ତରଫରୁ ସାଧାରଣ ଜନତାଙ୍କ ପାଇଁ ସୁବିଧା ଉପଲବ୍ଧ କରାଯାଇଛି । କେନ୍ଦ୍ରୀୟ ସଚିବାଳୟ ଏବଂ ଶିବାଜୀ ଷ୍ଟାଡ଼ିୟମ ମେଟ୍ରୋ ଷ୍ଟେସନରୁ ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ ଯିବା ପାଇଁ ଲୋକମାନଙ୍କ ପାଇଁ ମାଗଣା ଶଟଲ ସେବା (shuttle service) ପ୍ରଦାନ କରିବା ନେଇ DMRC ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

DMRC ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ୨୦୧୪ ଫେବୃଆରୀ ୨ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରେ ଅମୃତ ଉଦ୍ୟାନ ପ୍ରସ୍ତୁତ ଅଛି । ଆସନ୍ତୁ ଦିଲ୍ଲୀ ମେଟ୍ରୋ ସହ ଏହାର ଆନନ୍ଦ ଉଠାନ୍ତୁ । ଅମୃତ ଉଦ୍ୟାନର ନିକଟତମ ମେଟ୍ରୋ ଷ୍ଟେସନ- କେନ୍ଦ୍ରୀୟ ସଚିବାଳୟର ଗେଟ୍ ନମ୍ବର ୪ ଏବଂ ଶିବାଜୀ ଷ୍ଟାଡିୟମ ମେଟ୍ରୋ ଷ୍ଟେସନରୁ ମାଗଣା ଶଟଲ ସେବା ଉପଲବ୍ଧ ରହିଛି ।’ ଚଳିତ ବର୍ଷ ଅମୃତ ଉଦ୍ୟାନକୁ ଆକର୍ଷିତ କରିବା ପାଇଁ ଟ୍ୟୁଲିପ୍ ଥୀମରେ ସଜା ଯାଇଛି । କହିରଖୁଛୁ ପୂର୍ବରୁ ଅମୃତ ଉଦ୍ୟାନ ‘ମୁଗଲ ଗାର୍ଡ଼ନ’ ନାମରେ ପରିଚିତ ଥିଲା ।

 

Get real time updates directly on you device, subscribe now.