fbpx

ରାଜ୍ୟରେ ଖୋଲିବ ପ୍ଲେ ସ୍କୁଲ: ଅନୁମତି ଦେଲେ ସରକାର

Advertisement

ଭୁବେନଶ୍ୱର: କରୋନା ମହାମାରୀ କାରଣରୁ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଥିବା ପ୍ଲେ ସ୍କୁଲ ଖୋଲିବାକୁ ଯାଉଛି । ରାଜ୍ୟରେ ବନ୍ଦ ରହିଥିବା ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ମିଳିଛି ଅନୁମତି । ଆସନ୍ତା ୧୪ ତାରିଖରୁ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି । ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ଏହା ସହ ସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ ଟିକା ନେଇଥିବା ବାଧ୍ୟତାମୂଳକ । ଶିକ୍ଷକ, ଅଣଶିକ୍ଷକ, ସପୋର୍ଟ ଷ୍ଟାଫ୍ ଡବଲ ଡୋଜ୍ ନେଇଥିବା ଜରୁରୀ ।

ବର୍ତ୍ତମାନ ରାଜ୍ୟରେ ଅଷ୍ଟମ, ନବମ, ଦଶମ, ଦ୍ୱାଦଶ ସହ ବିଶ୍ୱବିଦ୍ୟାଳୟରେ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି । ପୂର୍ବରୁ କେଜିଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ କ୍ଲାସ ୧୪ ତାରିଖଠାରୁ ଆରମ୍ଭ ହେବା ନେଇ ଘୋଷଣା କରାଯାଇଥିଲା । ତେବେ ମଙ୍ଗଳବାର ପ୍ଲେ ସ୍କୁଲ ମଧ୍ୟ ୧୪ ତାରିଖଠାରୁ ଖୋଲିବା ନେଇ ଘୋଷଣା କରାଯାଇଛି ।

Get real time updates directly on you device, subscribe now.