fbpx

ଆଜିଠୁ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ପାଇଁ ଆରମ୍ଭ ହେବ ପଞ୍ଜୀକରଣ, ୯ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫଲାଇନ୍‌ରେ ଦେଇପାରିବେ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା । ଏନେଇ ଶୁକ୍ରବାର ଅପରାହ୍ନ ୨ଟାରୁ ପଞ୍ଜିକରଣ ଆରମ୍ଭ ହେବ । ଯାହା ୯ ତାରିଖ ଅପରାହ୍ନ୧ଟାରେ ସରିବ । ଯେଉଁମାନେ ଅଫଲାଇନରେ ଏହି ଲିଖିତ ପରୀକ୍ଷା ଦେବେ। ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି । ଏହି ସ୍ୱତନ୍ତ୍ର ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ । ପରିଷଦ ପକ୍ଷରୁ ଏ ନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି।

ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ପରୀକ୍ଷା ପାଇଁ ନିଜ କଲେଜକୁ ଯାଇ ଅନଲାଇନ୍‌ରେ ପଞ୍ଜିକରଣ କରିବେ । ଏ ବାବଦରେ ସେମାନଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ । ଦେୟମୁକ୍ତ ରହିବ । ତେବେ କେବଳ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକର ପରୀକ୍ଷା ହେବ । ସେହି ଅନୁସାରେ ଅନ୍ୟ ବିଷୟଗୁଡିକରେ ମାର୍କ ଦିଆଯିବ । ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅନୁସାରେ ପରୀକ୍ଷା କେନ୍ଦ୍ର ହେବ । ପରୀକ୍ଷା କେବଳ ନିର୍ଦ୍ଦିଷ୍ଟ କିଛି ପରୀକ୍ଷା ପରିଚାଳନା ହବ୍‌ରେ ଅନୁଷ୍ଠିତ ହେବ । ପରୀକ୍ଷାରେ ପ୍ରଶ୍ନ ୨୦୨୧ ବାର୍ଷିକ ପରୀକ୍ଷା ପାଇଁ ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସିବ । ତେବେ ପରୀକ୍ଷା ସୂଚୀ ବାବଦରେ ନିର୍ଦ୍ଦିଷ୍ଟ ସମୟରେ ସୂଚନା ଦିଆଯିବ ବୋଲି ପରିଷଦର ପରୀକ୍ଷା କମିଟିର ଆବାହକ ତଥା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ କହିଛନ୍ତି ।

Get real time updates directly on you device, subscribe now.