fbpx

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା: ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷାର ଫଳାଫଳ । କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ କିଛି ନିଷ୍ପତ୍ତି ହୋଇନଥିଲେ ହେଁ ଏକ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ଜାରି କରାଯିବ ବୋଲି ଜଣାପଡ଼ିଛି । ମେ ୧୫ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୋଜନା କରାଯାଇଥିଲେ ହେଁ ତାହା ସଫଳ ହୋଇ ପାରି ନାହିଁ ।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁନ୍ ମାସ ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ହେବା ସହ ସାଧାରଣ ନିର୍ବାଚନ ପାଇଁ ପରୀକ୍ଷା ଫଳାଫଳ ପ୍ରସ୍ତୁତି ପ୍ରଭାବିତ ହୋଇଥିବା ପରିଷଦର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହା ମଧ୍ୟର ସିବିଏସଇ ଓ ସିଆଇଏସସିଇ ବୋର୍ଡ ଅଧିରେ ଥିବା ସ୍କୁଲମାନଙ୍କରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇସାରିଛି । ତେଣୁ ସିଏଚଏସଇ ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।

ପରୀକ୍ଷା ଫଳାଫଳ କେବେ ପ୍ରକାଶ ପାଇବ ସେନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ରହିଥିବା ବେଳେ ଖାତା ମୂଲ୍ୟାୟନ ଠିକ୍ ଭାବେ ହୋଇଥିବା ପରିଷଦର ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ କୌଣସି ତ୍ରୁଟି ହୋଇ ନାହିଁ କି କୌଣସି ବିଭ୍ରାଟ ହୋଇ ନାହିଁ । ଖାତା ଦେଖା ସରିବାରେ ଟିକିଏ ବିଳମ୍ବ ହୋଇଛି । ତଥାପି ଗତବର୍ଷମାନଙ୍କ ଅପେକ୍ଷା ଏଥର ଶୀଘ୍ର ଫଳାଫଳ ଆସିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.